ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ମିଳିଲା ୟେଦିୟୁରପ୍ପାଙ୍କ ନାତୁଣୀଙ୍କ ମୃତଦେହ | News Room Odisha

ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ମିଳିଲା ୟେଦିୟୁରପ୍ପାଙ୍କ ନାତୁଣୀଙ୍କ ମୃତଦେହ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଘରୋଇ ଆପାର୍ଟମେଣ୍ଟରୁ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ ନାତୁଣୀ ସୌନ୍ଦର୍ଯ୍ୟାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ସୌନ୍ଦର୍ଯ୍ୟା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ରଶିରେ ଝୁଲୁଥିବା ସୌନ୍ଦର୍ଯ୍ୟାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ହେଲେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସୌନ୍ଦର୍ଯ୍ୟାଙ୍କୁ ୩୦ ବର୍ଷ ବୟସ ହୋଇଥିଲା | ସେ ବେଙ୍ଗାଲୁରୁର ଏମଏସ ରାମାୟା ହସ୍ପିଟାଲରେ ଜଣେ ଡାକ୍ତର ଥିଲେ। ସେ ମାଉଣ୍ଟ କାର୍ମେଲ କଲେଜ ନିକଟ ଏକ ମହଙ୍ଗା ଆପାର୍ଟମେଣ୍ଟରେ ତାଙ୍କ ସ୍ୱାମୀ ଏବଂ ଛଅ ମାସର ପିଲା ସହ ରହୁଥିଲେ। ତାଙ୍କ ସ୍ୱାମୀ ମଧ୍ୟ ପେଶାରେ ଜଣେ ଡାକ୍ତର।

ସୌନ୍ଦର୍ଯ୍ୟା ୟେଦିୟୁରପ୍ପାଙ୍କ ବଡ଼ ଝିଅ ପଦ୍ମାଙ୍କ ଝିଅ ଥିଲେ | ଏହି ଖବର ତାଙ୍କ ପରିବାର ଏବଂ ରାଜ୍ୟ ବିଜେପିକୁ ସ୍ତବ୍ଧ କରିଛି। ଏହି ଭେଟେରାନ ବିଜେପି ନେତାଙ୍କୁ ସାନ୍ତ୍ୱନା ଦେବା ପାଇଁ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ତାଙ୍କ କ୍ୟାବିନେଟ ସହକର୍ମୀଙ୍କ ସହ ଡାକ୍ତରଖାନାରେ ପହଞ୍ଚିଛନ୍ତି।