କୋଟାରେ ପୁଣି ଏକ ଆତ୍ମହତ୍ୟା | News Room Odisha

କୋଟାରେ ପୁଣି ଏକ ଆତ୍ମହତ୍ୟା

ଜୟପୁର: କୋଟାରେ ଥମୁନି ଆତ୍ମହତ୍ୟା ଧାରା । ଏଥର ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣକ ନିଟ୍ ପାଇଁ ପ୍ରସ୍ତୁତି କରିବାକୁ ମାତ୍ର ପାଞ୍ଚ ମାସ ତଳେ ଝାଡ଼ଖଣ୍ଡରୁ କୋଟା ଆସିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ଚଳିତ ବର୍ଷ କୋଟାରେ ଏପର୍ଯ୍ୟନ୍ତ ୨୪ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏଭଳି ଚିନ୍ତାଜନକ ଘଟଣା ରୋକିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ରାଜ୍ୟ ସ୍ତରୀୟ କମିଟି ଗଠନ କରାଯାଇଛି । ଏହାଛଡ଼ା କୋଚିଂ ସେଣ୍ଟର ମାନଙ୍କ ପାଇଁ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ତଥାପି ଏଠାରେ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଧାରା ବନ୍ଦ ହେଉନାହିଁ | ନିକଟରେ ଦୁଇ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ ।

ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀ କୋଟା ଆସିଥାନ୍ତି ।