ଉମରକୋଟ ତାଲାପଦର ଗାଁରେ ଭୁଶୁଡିଲା ନିର୍ମାଣାଧୀନ ପୋଲ, ଜଣେ ଶ୍ରମିକ ମୃତ, ୬ ଆହତଙ୍କ ମଧ୍ୟରୁ ତିନିଜଣ ଗୁରୁତର | News Room Odisha

ଉମରକୋଟ ତାଲାପଦର ଗାଁରେ ଭୁଶୁଡିଲା ନିର୍ମାଣାଧୀନ ପୋଲ, ଜଣେ ଶ୍ରମିକ ମୃତ, ୬ ଆହତଙ୍କ ମଧ୍ୟରୁ ତିନିଜଣ ଗୁରୁତର

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ଉମରକୋଟ ତାଲାପଦର ଗାଁ ନିକଟରେ ନିର୍ମାଣାଧିନ ପୋଲ ଭୁଶୁଡିପଡିଛି । ନିର୍ମାଣାଧୀନ ସେତୁ ଭୁଶୁଡି ପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଅନ୍ୟ ଜଣେ ଶ୍ରମିକ ପୋଲ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଆହତ ଶ୍ରମିକମାନଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି ।