କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଦ୍ବିତୀୟ ଥର କରୋନା ପଜିଟିଭ୍ | News Room Odisha

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଦ୍ବିତୀୟ ଥର କରୋନା ପଜିଟିଭ୍

ବେଙ୍ଗାଲୁରୁ – କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ପୁଣି ଥରେ କରୋନା ପଜିଟିଭ୍ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ସାମାନ୍ୟ ଜ୍ୱର ହେବା ପରେ ମୁଁ କରୋନା ଟେଷ୍ଟ କରିଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍ ଆସିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଡାକ୍ତରଙ୍କ ପରାମର୍ଶରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁଁ ଭଲ ଅଛି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ସଂସ୍ପର୍ଶରେ ଆସିଥିଲେ ସେମାନେ ସତର୍କ ଏବଂ କ୍ୱାରେଣ୍ଟିନରେ ରହିବା ଉଚିତ୍ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଗତ ବର୍ଷ ଅଗଷ୍ଟ ୨ରେ ୭୭ ବର୍ଷୀୟ ୟେଦୁରପ୍ପା କରୋନା ସଂକ୍ରମିତ ହୋଇଥିଲେ। ସେତେବେଳେ ବି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

କର୍ଣ୍ଣାଟକରେ କରୋନାର ନୂଆ ମାମଲା ବଢିବାରେ ଲାଗିଛି। ଗୁରୁବାର ରାଜ୍ୟରେ ୧୪,୭୩୮ଟି ନୂଆ ମାମଲା ଆସିଥିଲା ଏବଂ ୬୬ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ କର୍ଣ୍ଣାଟକରେ ମୋଟ ସଂକ୍ରମିତ ସଂଖ୍ୟା ୧୧.୦୯ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ଏପର୍ଯ୍ୟନ୍ତ ୧୩,୧୧୨ ଜଣଙ୍କର ମୃତ୍ୟୁ ହୋଇଛି।