୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପରଖିବେ ଯୋଗୀ ସରକାର, ପ୍ରଦର୍ଶନ ଆଶାନୁରୂପକ ନ ଥିଲେ ବାଧ୍ୟତାମୂଳକ ଅବସର, ପୋଲିସ ବିଭାଗରୁ ଆରମ୍ଭ | News Room Odisha

୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପରଖିବେ ଯୋଗୀ ସରକାର, ପ୍ରଦର୍ଶନ ଆଶାନୁରୂପକ ନ ଥିଲେ ବାଧ୍ୟତାମୂଳକ ଅବସର, ପୋଲିସ ବିଭାଗରୁ ଆରମ୍ଭ

ୟୁପି- ଦୁର୍ନୀତିଗ୍ରସ୍ତ ପୋଲିସ କର୍ମଚାରୀଙ୍କ ପାଇଁ ୟୁପି ସରକାରଙ୍କ କଠୋର ପଦକ୍ଷେପ । ଭ୍ରଷ୍ଟ ପୋଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ସ୍ଥିର କରିଛନ୍ତି ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାର । ୫୦ ବର୍ଷ ବୟସରୁ ଅଧିକ ଅପାରଗ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ବି ହୋଇଯାଇଛି । ଏ ନେଇ ଡିିଜିିପି ମୁଖ୍ୟାଳୟ ପକ୍ଷରୁ ସବୁ ଜୋନକୁ ଚିଠି ଲେଖାଯାଇଛି । ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୫୦ ବର୍ଷ ପୂରିସାରିଥିବା ପୋଲିସ କର୍ମଚାରୀଙ୍କ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିପାହୀଙ୍କଠାରୁ ଇନସପେକ୍ଟର ର‌୍ୟାଙ୍କ୍‌୍ ପର୍ଯ୍ୟନ୍ତ ସବୁ ପୋଲିସ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ସ୍କ୍ରିନିଂ କରାଯିବ ।

ରାଜ୍ୟ ସରକାର ୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାର ସମୀକ୍ଷା କରିବେ ବୋଲି କିଛି ଦିନ ତଳେ ଖବର ଆସିଥିଲା । ଆଶାନୁରୂପକ ପ୍ରଦର୍ଶନ କରିପାରୁ ନ ଥିବା କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ । ରାଜ୍ୟର ମୁଖ୍ୟ ଶାସନ ସଚିବ ଆର.କେ ତିୱାରୀଙ୍କ ପକ୍ଷରୁ ଜାରି ଆଦେଶ ଅନୁସାରେ ସବୁ ବିଭାଗର ମୁଖ୍ୟ ସଚିବ ଓ ସଚିବଙ୍କୁ ୫୦ ବର୍ଷ ବୟସ ପୂରଣ କରିସାରିଥିବା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ପରୀକ୍ଷା କରିବାକୁ କୁହାଯାଇଛି । ଜୁଲାଇ ୩୧ ସୁଦ୍ଧା ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି ।