ବିଜେପିରେ ଯୋଗ ଦେଲେ ପୂର୍ବତନ ରେଳମନ୍ତ୍ରୀ ଓ ଟିଏମସି ସାଂସଦ ଦୀନେଶ ତ୍ରିବେଦୀ | News Room Odisha

ବିଜେପିରେ ଯୋଗ ଦେଲେ ପୂର୍ବତନ ରେଳମନ୍ତ୍ରୀ ଓ ଟିଏମସି ସାଂସଦ ଦୀନେଶ ତ୍ରିବେଦୀ

ନୂଆଦିଲ୍ଲୀ – ପୂର୍ବତନ ରେଳମନ୍ତ୍ରୀ ତଥା ଟିଏମସି ସାଂସଦ ଦୀନେଶ ତ୍ରିବେଦୀ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଏହି ଅବସରରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଉପସ୍ଥିତ ଥିଲେ। ଦୀନେଶ ତ୍ରିବେଦୀ ୧୨ ଫେବୃଆରୀରେ ରାଜ୍ୟସଭାରେ ଟିଏମସି ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡା କହିଛନ୍ତି ଯେ ଯେତେବେଳେ ମୁଁ ଦୀନେଶ ତ୍ରିବେଦୀଙ୍କ ବିଷୟରେ ଆଲୋଚନା କରୁଥିଲି, ମୁଁ ସବୁବେଳେ କହୁଥିଲି ଯେ ସେ ଭୁଲ ପାର୍ଟିରେ ଜଣେ ଭଲ ବ୍ୟକ୍ତି ଏବଂ ସେ ମଧ୍ୟ ଏହା ଅନୁଭବ କରୁଥିଲେ। ବର୍ତ୍ତମାନ ସଠିକ୍ ବ୍ୟକ୍ତି ସଠିକ୍ ପାର୍ଟିରେ ଅଛନ୍ତିି।

ବିଜେପିରେ ଯୋଗ ଦେବା ପରେ ଦୀନେଶ ତ୍ରିବେଦୀ କହିଛନ୍ତିି, ବଙ୍ଗଳାବାସୀ ତୃଣମୂଳ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବଙ୍ଗଳାର ଲୋକମାନେ ପ୍ରଗତି ଚାହୁଁଛନ୍ତି, ହିଂସା ଏବଂ ଦୁର୍ନୀତି ନୁହେଁ । ରାଜନୀତି ଖେଳାଯାଏ ନାହିଁ’, ଏହା ଏକ ଗୁରୁତର ବିଷୟ। ମମତା ବାନାର୍ଜୀ କିନ୍ତୁ ରାଜନୀତି ଖେଳୁ ଖେଳୁ ଆଦର୍ଶକୁ ଭୁଲି ଯାଇଛନ୍ତି।