ଭାରତ ସହ ସୀମା ବିବାଦ ମଧ୍ୟରେ ନୂଆ ଜେନେରାଲ ନିଯୁକ୍ତ କଲେ ଜିନପିଙ୍ଗ | News Room Odisha

ଭାରତ ସହ ସୀମା ବିବାଦ ମଧ୍ୟରେ ନୂଆ ଜେନେରାଲ ନିଯୁକ୍ତ କଲେ ଜିନପିଙ୍ଗ

ବେଜିଂ – ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ରେ ଭାରତ ସହ ବିବାଦ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ଅଞ୍ଚଳରେ ଥିବା ସେନାର କମାଣ୍ଡକୁ ଜଣେ ନୂଆ ଜେନେରାଲଙ୍କୁ ଦେଇଛନ୍ତି। କେନ୍ଦ୍ରୀୟ ସାମରିକ ଆୟୋଗ (ସିଏମସି) ର ମୁଖ୍ୟ ଭାବେ ଜିନପିଙ୍ଗ ଜେନେରାଲ ଜେଙ୍ଗ ଡାଙ୍ଗଙ୍କୁ ଏଲ୍ଏସି ସଂଲଗ୍ନ ଅଞ୍ଚଳର ତଦାରଖ କରୁଥିବା ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଭାବେ ନିଯୁକ୍ତ କରିଛନ୍ତି । ଜିନହୁଆ ନ୍ୟୁଜ୍ ଏଜେନ୍ସି ରିପୋର୍ଟ ଅନୁଯାୟୀ ଜିନପିଙ୍ଗ ଜେନେରାଲ ଜେଙ୍ଗଙ୍କ ସମେତ ଚାଇନାର ଚାରିଜଣ ବରିଷ୍ଠ ସାମରିକ ଏବଂ ସଶସ୍ତ୍ର ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଜେନେରାଲ ଜେଙ୍ଗ ୬୫ ବର୍ଷିୟ ଜେନେରାଲ ଜାଓ ଝାଙ୍ଗଙ୍କ ସ୍ଥାନ ନେବେ, ଯିଏକି ୨୦୧୭ରେ ଡୋକଲାମରେ ଭାରତୀୟ ସେନା ସହିତ ବିବାଦ ସମୟରେ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ଦାୟିତ୍ଵରେ ଥିଲେ।

appoints new generalborder dispute with IndiaJinping