ଲାଲ୍ କିଲା ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ମିଳିଲା ଜାମିନ | News Room Odisha

ଲାଲ୍ କିଲା ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ – ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ଲାଲ୍ କିଲାରେ ହୋଇଥିବା ହିଂସା ଘଟଣାର ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଆଜି ଦିଲ୍ଲୀର ତୀସ୍ ହାଜାରି କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୩୦,୦୦୦ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ଦୀପ ସିଦ୍ଧୁଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ଗଣତନ୍ତ୍ର ଦିବସରେ ଜାତୀୟ ରାଜଧାନୀରେ କୃଷକଙ୍କ ଟ୍ରାକ୍ଟର ପରେଡରେ କୃଷକ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ସମୟରେ କିଛି ବିକ୍ଷୋଭକାରୀ ଟ୍ରାକ୍ଟର ଧରି ଲାଲ୍ କିଲାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ କେତେକ ଭିତରକୁ ଯାଇ ଲାଲକିଲାର ପ୍ରାଚୀର ଉପରେ ଏକ ଧାର୍ମିକ ପତାକା ଲଗାଇଥିଲେ ଏବଂ ସେଠାରେ ଭଙ୍ଗାରୁଜା କରିଥିଲେ | ଟ୍ରାକ୍ଟର ପରେଡ ବେଳେ ରାଜଧାନୀ ନଗରୀରେ ଘଟିଥିବା ହିଂସାରେ ପ୍ରାୟ ୫୦୦ ପୋଲିସ କର୍ମଚାରୀ ଆହତ ହୋଇଥିଲେ ଏବଂ ଜଣେ ବିକ୍ଷୋଭକାରୀଙ୍କର ମୃତ୍ୟୁ ହୋଇଥିଲା।