କାଲି ସୁନ୍ଦରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୬ ହଜାର ୮ ଶହ କୋଟିର ପ୍ୟାକେଜ ଘୋଷଣା ସମ୍ଭାବନା | News Room Odisha

କାଲି ସୁନ୍ଦରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୬ ହଜାର ୮ ଶହ କୋଟିର ପ୍ୟାକେଜ ଘୋଷଣା ସମ୍ଭାବନା

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପଶ୍ଚିମ ଓଡିଶା । ଗତମାସରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳନ୍ୟାସ କଲା ପରେ ଏବେ ଫୋକସରେ ସୁନ୍ଦରଗଡ ଜିଲ୍ଲା । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତ କରିବେ ।

ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ପାଖାପାଖି ୬ ହଜାର ୮ ଶହ କୋଟି ଟଙ୍କାର ପ୍ୟାକେଜ ଭେଟି ଦେବେ । ଏଥିମଧ୍ୟରେ ରହିଛି ପାନୀୟଜଳ ଯୋଗାଣ, ଜମିକୁ ଜଳସେଚନ, ରାସ୍ତା ଓ ଅନ୍ୟାନ୍ୟ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ । ଗତବର୍ଷ ମାର୍ଚ୍ଚ ୪ ତାରିଖରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ ଗସ୍ତ କରି ପ୍ରାୟ ୧୨ ଶହ କୋଟି ପ୍ୟାକେଜ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

CM Naveen Patnaik