କୋରୋନା ସୁସ୍ଥ ତାଲିକାରେ ଯୋଡି ହେଲେ ୨ ହଜାର ୭୮୭ ରୋଗୀ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୪୫ ଜଣ ସୁସ୍ଥ, ଲକ୍ଷେ ପାର ହେଲା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା | News Room Odisha

କୋରୋନା ସୁସ୍ଥ ତାଲିକାରେ ଯୋଡି ହେଲେ ୨ ହଜାର ୭୮୭ ରୋଗୀ, ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୪୫ ଜଣ ସୁସ୍ଥ, ଲକ୍ଷେ ପାର ହେଲା ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା

ଭୁବନେଶ୍ୱର -ରାଜ୍ୟରେ କୋରୋନାରୁ ଆଉ ୨୭୮୭ ରୋଗୀ ସୁସ୍ଥ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୧୧୪୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୨୩୦, ପୁରୀରୁ୧୯୨, ମୟୂରଭଂଜରୁ ୧୫୩ ଓ ଗଂଜାମ ଜିଲ୍ଲାରୁ ୧୧୫ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରୁ ୭୮ , କେନ୍ଦୁଝରରୁ ୭୬, ବରଗଡରୁ ୭୫ ଓ ଯାଜପୁରରୁ ୬୮ ସୁସ୍ଥ ହୋଇଛନ୍ତି । କୋରାପୁଟ ଜିଲ୍ଲାରୁ ୫୮, ଜଗତସିଂହପୁରରୁ ୬୪, ସମ୍ବଲପୁରରୁ ୬୨ ଓ ଭଦ୍ରକରୁ ୫୪ ରୋଗୀ କୋରୋନାକୁ ମାତ୍ ଦେଇଛନ୍ତି । ରାଜ୍ୟରେ ଏ ଯାଏଁ ୧ ଲକ୍ଷ ୨ ହଜାର ୧୮୫ ଜଣ ସୁସ୍ଥ ହୋଇସାରିଛନ୍ତି ।

COVID-19 in Odisha