ରୋମରୁ ଅମୃତସର ପହଞ୍ଚିଥିବା ଆଉ ୧୭୩ ଯାତ୍ରୀ କରୋନା ପଜିଟିଭ୍ | News Room Odisha

ରୋମରୁ ଅମୃତସର ପହଞ୍ଚିଥିବା ଆଉ ୧୭୩ ଯାତ୍ରୀ କରୋନା ପଜିଟିଭ୍

ଅମୃତସର: ରୋମ-ଅମୃତସର ଚାର୍ଟର ବିମାନରେ ଶୁକ୍ରବାର ଏଠାରେ ପହଞ୍ଚିଥିବା ଆଉ ୧୭୩ ଜଣ ଯାତ୍ରୀ କୋଭିଡ୍ ସଂକ୍ରମିତ ଥିବା ଜଣାପଡିଛି। ବିମାନ ବନ୍ଦର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଇଟାଲୀରୁ ଅମୃତସରକୁ ଆସୁଥିବା ଏତେ ସଂଖ୍ୟକ ଯାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଇଟାଲୀର ମିଲାନରୁ ଅନ୍ୟ ଏକ ଚାର୍ଟର ବିମାନରେ ଗୁରୁବାର ଅମୃତସର ବିମାନ ବନ୍ଦରରେ ପହଞ୍ଚିଥିବା ୧୨୫ ଯାତ୍ରୀ କରୋନା ସଂକ୍ରମିତ ହୋଇଥିବା ଟେଷ୍ଟ ପରେ ଜଣାପଡ଼ିଥିଲା ।

ଜିଲ୍ଲା ସ୍ୱାସ୍ଥ୍ୟ ପ୍ରାଧିକରଣର ଅଧିକାରୀମାନେ କହିଛନ୍ତି ଯେ ସଂକ୍ରମିତ ହୋଇଥିବା ୧୭୩ ଜଣ ଯାତ୍ରୀଙ୍କୁ ନିଜ ସହର ଓ ଜିଲ୍ଲାରେ ଥିବା ସରକାରୀ କ୍ବାରେଣ୍ଟାଇନ କେନ୍ଦ୍ରକୁ ପଠାଯାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିୟମ ଅନୁଯାୟୀ, ‘ଆଟ୍ ରିସ୍କ’ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ପହଞ୍ଚିବା ପରେ ବାଧ୍ୟତାମୂଳକ କୋଭିଡ -୧୯ ଟେଷ୍ଟ କରିବାକୁ ପଡିବ। ମନ୍ତ୍ରଣାଳୟ ଇଟାଲୀ ସମେତ ସମସ୍ତ ୟୁରୋପୀୟ ଦେଶକୁ ‘ଆଟ୍ ରିସ୍କ’ ବୋଲି ବିବେଚନା କରିଛି।

ଦେଶରେ କରୋନା ସଂକ୍ରମଣ ପୁଣି ଭୟଙ୍କର ଗତିରେ ବୃଦ୍ଧି ପାଉଛି | ଶୁକ୍ରବାର ଦିନ ଦେଶରେ ଲକ୍ଷେ ରୁ ଊର୍ଦ୍ଧ୍ବ ମାମଲା ରିପୋର୍ଟ ହୋଇଥିଲା ।