ମାଲାୟାଲମ୍ ଚଳଚ୍ଚିତ୍ର '୨୦୧୮: ଏଭରିଓ୍ବାନ ଇଜ୍ ଏ ହିରୋ' ଭାରତର ଅଫିସିଆଲ୍ ଓସ୍କାର ଏଣ୍ଟ୍ରି | News Room Odisha

ମାଲାୟାଲମ୍ ଚଳଚ୍ଚିତ୍ର ‘୨୦୧୮: ଏଭରିଓ୍ବାନ ଇଜ୍ ଏ ହିରୋ’ ଭାରତର ଅଫିସିଆଲ୍ ଓସ୍କାର ଏଣ୍ଟ୍ରି

ନୂଆଦିଲ୍ଲୀ: ମାଲାୟାଲମ୍ ଚଳଚ୍ଚିତ୍ର ‘୨୦୧୮: ଏଭରିଓ୍ବାନ ଇଜ୍ ଏ ହିରୋ’ ଓସ୍କାର ପୁରସ୍କାର ୨୦୨୪ରେ ଭାରତର ପ୍ରତିନିଧିତ୍ବ କରିବ | ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ବୁଧବାର ଏହି ଘୋଷଣା କରିଛି । ଚଳିତ ବର୍ଷ ମେ ୫ରେ ମୁକ୍ତିଲାଭ କରିଥିବା ‘୨୦୧୮: ଏଭରିଓ୍ବାନ ଇଜ୍ ଏ ହିରୋ’ ରେ ମିନ୍ନାଲ ମୁରଲୀ ଫେମ୍ ଟୋଭିନୋ ଥୋମାସ୍ ମୁଖ୍ୟ ଭୂମିକାରେ ଅଛନ୍ତି।

ଓସ୍କାର ପୁରସ୍କାର ୨୦୨୪ ପାଇଁ ‘ଦି କେରଳା ଷ୍ଟୋରି’, ‘ବାଲାଗାମ’, ‘ଜ୍ବିଗାଟୋ’ ଏବଂ ‘ରକି ଔର ରାନୀ କି ପ୍ରେମ କାହାନୀ’ ସହ ୨୨ଟି ଫିଲ୍ମ ଦୌଡ଼ରେ ଥିଲା । କିନ୍ତୁ ସମସ୍ତଙ୍କୁ ପଛରେ ପକାଇ ‘୨୦୧୮: ଏଭରିଓ୍ବାନ ଇଜ୍ ଏ ହିରୋ’ ବାଜି ମାରିଥିଲା | ଏହି ଫିଲ୍ମ ଓସ୍କାର ପୁରସ୍କାରର ଶ୍ରେଷ୍ଠ ବିଦେଶୀ ଫିଲ୍ମ ବର୍ଗରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ଭାବେ ମନୋନୀତ ହୋଇଛି।

‘୨୦୧୮: ଏଭରିଓ୍ବାନ ଇଜ୍ ଏ ହିରୋ’ ୨୦୧୮ କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଉପରେ ଆଧାରିତ | ବନ୍ୟା ପରି ଭୟଙ୍କର ବିପର୍ଯ୍ୟୟ ମଧ୍ୟରେ ଲୋକମାନେ ଜାତି, ଧର୍ମ ନିର୍ବିଶେଷରେ କିପରି ପରସ୍ପରକୁ ସହାୟତା କରି ମାନବିକତାର ଉଦାହରଣ ସୃଷ୍ଟି କରିଥିଲେ ତାହା ଏହି ଫିଲ୍ମର କଥାବସ୍ତୁ | ଜୁଡ୍ ଆନ୍ଥୋନି ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ଟୋଭିନୋ ଥୋମାସଙ୍କ ବ୍ୟତୀତ ଆସିଫ ଅଲିଙ୍କୁ ବି ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଥିଲା ।