ଶ୍ରୀକ୍ଷେତ୍ର ପୁରୀରେ ତିନି ରଥର ଚକା ଡେରା ଓ ଦିଗ ନିର୍ଣ୍ଣୟ ସମ୍ପୂର୍ଣ୍ଣ | News Room Odisha

ଶ୍ରୀକ୍ଷେତ୍ର ପୁରୀରେ ତିନି ରଥର ଚକା ଡେରା ଓ ଦିଗ ନିର୍ଣ୍ଣୟ ସମ୍ପୂର୍ଣ୍ଣ

ପୁରୀ- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଆଗେଇ ଚାଲିଛି। ଆଜି ରଥ ର ସମସ୍ତ ଚକ, ଅଖ ସହିତ ଡେରା ହୋଇଛି। ପରମ୍ପରା ମୁତାବକ ତିନି ରଥର ସମସ୍ତ ଚକ ଶୀତଳଷଷ୍ଠୀ ରେ ସରିଥାଏ। କିନ୍ତୁ ଚଳିତ ବର୍ଷ ଏହା ଚାରିଦିନ ଆଗରୁ ସରିଛି। ଏହାପରେ ଚକ ରେ ଅଖ ଡେରା ଯାଇ ଦିଗ ନିର୍ଣ୍ଣୟ କରାଯାଇଛି। ନେତ୍ରୋତ୍ସବ ବା ରଥଯାତ୍ରା ର ପୂର୍ବଦିନ ରଥ ଗୁଡିକ ବିନା ବାଧାରେ ସିଂହଦ୍ଵାର ରେ ପହଁଚି ବା ପାଇଁ ଦିଗନିର୍ଣ୍ଣୟ କରାଯାଇଥାଏ। ସେହି ଅନୁସାରେ ଚକ ଓ ଅଖ ଗୁଡିକୁ ଯୋଖାଯାଇ ରଖାଯାଇଥିଲା। ଏହାପରେ ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ଦିନ ତିନି ରଥର ନାହାକା ଉଠିବ। ସେଥିପାଇଁ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି।