ଟୁଇନ୍ ସିଟିରେ କାଳବୈଶାଖୀ ବର୍ଷା ଆଣିଲା ଅସହ୍ୟ ତାତିରୁ ଆଶ୍ୱସ୍ତି | News Room Odisha

ଟୁଇନ୍ ସିଟିରେ କାଳବୈଶାଖୀ ବର୍ଷା ଆଣିଲା ଅସହ୍ୟ ତାତିରୁ ଆଶ୍ୱସ୍ତି

ଭୁବନେଶ୍ୱର – ବେଶ୍ କିଛି ଦିନ ଧରି ଅସହ୍ୟ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଥିବା ଭୁବନେଶ୍ୱର ଓ କଟକ ବାସୀଙ୍କୁ ଆଜି କାଳବୈଶାଖୀ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଅପରାହ୍ନରେ କାଳବୈଶାଖୀ ବର୍ଷାରେ ଭିଜିଛି ଟୁଇନ ସିଟି । ଅସହ୍ୟ ତାତି ଥିବା ବେଳେ ସାଢେ ୨ଟା ପରେ ଉଭୟ ସହରରେ ବର୍ଷା ଆରମ୍ଭ ହୋଇଯାଇଥିଲା । ବର୍ଷା ସହ କେତେକ ସ୍ଥାନରେ କୁଆପଥର ବୃଷ୍ଟି ବି ହୋଇଛି ।

ହିଟୱେଭ ଦୃଷ୍ଟିରୁ ଆଜି ପାଇଁ କଟକକୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୁବନେଶ୍ୱରକୁ ଅରେଞ୍ଜ ୱାର୍ଣ୍ଣିଂ ଥିଲା। ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ କାଳବୈଶାଖୀ ବର୍ଷା ଆଣିଥିଲା ଆଶ୍ୱସ୍ତି।