ରଥ,ପଥ ପ୍ରସ୍ତୁତ, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତିନିର୍ଘଣ୍ଟ ଚୂଡାନ୍ତ | News Room Odisha

ରଥ,ପଥ ପ୍ରସ୍ତୁତ, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତିନିର୍ଘଣ୍ଟ ଚୂଡାନ୍ତ

ପୁରୀ – ଲଗାତର ଦ୍ୱିତୀୟ ବର୍ଷ ପାଇଁ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଆୟୋଜିତ ହେବାକୁ ଯାଉଛି ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥ, ପଥ ସବୁ ପ୍ରସ୍ତୁତ । ତିନି ରଥ ଦକ୍ଷିଣମୋଡ ହୋଇ ସିଂହଦ୍ୱାର ସମ୍ମୁଖରେ ଲାଗିଛନ୍ତି । ଏଣେ ମହାପ୍ରଭୁଙ୍କ ରଥଯାତ୍ରା ନୀତିନିଘଣ୍ଟ ପ୍ରସ୍ତୁତ ହୋଇଛି । ଜୁଲାଇ ୧୨ ତାରିଖ ସୋମବାର ଭୋର୍ ସାଢେ ୪ରୁ ମଙ୍ଗଳ ଆଳତି, ୫ଟାରେ ମଇଲମ, ତଡପ ଲାଗି ଓ ରୋଷହୋମ କାର୍ଯ୍ୟ ହେବ । ସାଢେ ୫ରେ ଅବକାଶ, ୫ଟା୪୦ରେ ସୂର୍ଯ୍ୟ ପୂଜା, ୬ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବ । ସକାଳ ସାଢେ ୬ରୁ ସାଢେ ୭ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ହେବ । ସକାଳ ୮ଟାରେ ରଥ ପ୍ରତିଷ୍ଠା ନୀତି ହେବ । ୮ଟା ୧୫ରେ ମଙ୍ଗଳାର୍ପଣ ଓ ସାଢେ ୮ଟାରେ ପହଣ୍ଡି ଆରମ୍ଭ ହୋଇ ଦିନ ୧୧ଟା ୩୦ ମଧ୍ୟରେ ଶେଷ ହେବ ।

ମଧ୍ୟାହ୍ନ ୧୨ଟାରୁ ସାଢେ ୧୨ଟା ଯାଏଂ ମଦନ ମୋହନ ବିଜେ, ସାଢେ ୧୨ରେ ବେଶ ଶେଷ, ସାଢେ ୧୨ରୁ ଦିନ ଗୋଟାଏ ଯାଏଂ ଚିତା ଲାଗି, ୧୨ଟା ୪୫ରୁ ଅପରାହ୍ନ ୨ଟା ଯାଏ ଛେରାପହଁରା, ୨ଟାରୁ ୩ଟା ମଧ୍ୟରେ ଚାରମାଳ ଫିଟା, ଘୋଡା ଓ ସାରଥୀ ଲାଗିବା ନୀତି ଶେଷ ହେବ । ଅପରାହ୍ନ ୩ଟାରୁ ରଥ ଟଣାଯିବ ।

Festival of Lord JagannathPUriRath Yatra 2021