ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ତିନିରଥ  | News Room Odisha

ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ତିନିରଥ 

ଆଜି ଶ୍ରୀଜୀଉ ଙ୍କ ତିନି ରଥ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ସମ୍ମୁଖରେ ଲାଗିଛି। ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଳ ସପ୍ତମୀରେ ରଥ ତ୍ରୟ ର ଦକ୍ଷିଣୀ ମୋଡ଼ କରାଯାଇଛି। ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥକୁ ଆଜ୍ଞାମାଳ ବିଜେ ହେବା ପରେ ସର୍ବପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଦକ୍ଷିଣୀ ମୋଡ଼ ହୋଇ ନାକଚଣା ଦ୍ୱାର ରେ ଲାଗିଥିଲା। ପରେ ପରେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଆଣି ଶରଧା ବାଲି ନାକଚଣା ଦ୍ୱାର ଠାରେ ବିଜେ କରାଯାଇଥିଲା। ଘଣ୍ଟ, ଛତା କାହାଳୀ ସହ ପ୍ରତ୍ୟେକ ରଥର ଚକ ଅନୁସାରେ ସେହି ସଂଖ୍ୟକ ଘଣ୍ଟୁଆ ରଥ ଉପରେ ରହିଥିଲେ। ଆରକ୍ଷୀ ବାହିନୀ ଙ୍କ ସହ ଭୋଇ ସେବକମାନେ ରଥକୁ ଆଣି ନିର୍ଦ୍ଦିଷ୍ଟ ସ୍ଥାନରେ ଲଗାଇଥିଲେ। ଚଳିତବର୍ଷ କୋଭିଡ କଟକଣା ଥିବାରୁ ସାଧାରଣ ଜନତା ଙ୍କୁ ରଥ ଛୁଇଁବାକୁ ବାରଣ କରାଯାଇଥିଲା। ଆସନ୍ତା ୨୦ତାରିଖ ଦିନ ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ମହାପ୍ରଭୁ ଏହି ରଥରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ି ଯିବେ। ତା ପରଦିନ ରଥ ଉପରେ ଶ୍ରୀଜୀଉ ଙ୍କ ବଡ଼ ତଢାଉ ବା ସୁନାବେଶ ଅନୁଷ୍ଠିତ ହେବ।

Gundicha TemplePuri Rath Yatra