ଜମ୍ମୁକାଶ୍ମୀର କିସ୍ତଓ୍ବାରରେ ବାଦଲ୍ ଫଟା ବର୍ଷା, ୪ ମୃତ, ୩୦ରୁ ଊର୍ଦ୍ଧ୍ବ ନିଖୋଜ | News Room Odisha

ଜମ୍ମୁକାଶ୍ମୀର କିସ୍ତଓ୍ବାରରେ ବାଦଲ୍ ଫଟା ବର୍ଷା, ୪ ମୃତ, ୩୦ରୁ ଊର୍ଦ୍ଧ୍ବ ନିଖୋଜ

ଶ୍ରୀନଗର: ଜମ୍ମୁକାଶ୍ମୀରରେ କିସ୍ତଓ୍ବାରରେ ବାଦଲ୍ ଫଟା ବର୍ଷା ଯୋଗୁଁ ଜିଲ୍ଲାର ଏକ ଦୁର୍ଗମ ଗାଁରେ ୩୦ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ଏଥିରେ ୮-୯ ଘର ନଷ୍ଟ ହୋଇଯାଇଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍ ଏବଂ ସେନା ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଜୁଲାଇ ଶେଷ ସୁଦ୍ଧା ଜାମ୍ମୁରେ ଅଧିକ ବର୍ଷା ହେବାର ଆଶଙ୍କା ଥିବାରୁ କିସ୍ତଓ୍ବାର ଅଧିକାରୀମାନେ ଜଳଭଣ୍ଡାର ନିକଟରେ ଏବଂ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି।