୨୪ ଘଂଟାରେ ଖୋର୍ଧା ଓ କଟକ ଜିଲ୍ଲାରୁ ସର୍ବାଧିକ କୋରୋନା ପଜିଟିଭ ଚିହ୍ନଟ, ଆଉ ୧୧ ଜଣଙ୍କ ମୃତ୍ୟୁ | News Room Odisha

୨୪ ଘଂଟାରେ ଖୋର୍ଧା ଓ କଟକ ଜିଲ୍ଲାରୁ ସର୍ବାଧିକ କୋରୋନା ପଜିଟିଭ ଚିହ୍ନଟ, ଆଉ ୧୧ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୩ ହଜାର ୨୧୯ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନରୁ ୧ ହଜାର ୯୩୧ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୨୮୮ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୧ ଲକ୍ଷ ୯ ହଜାର ୭୮୦କୁ ବୃଦ୍ଧି ପାଇଛି । ଦିନିକିଆ ସଂକ୍ରମଣ ତାଲିକାରେ ଖୋର୍ଧା ଓ କଟକ ଜିଲ୍ଲା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଖାର୍ଧା ଜିଲ୍ଲାରୁ ସର୍ବାଧିକ ୭୩୧ ଓ କଟକରୁ ୪ ଶହ ପଜିଟିଭ ଚିହ୍ନଟ ହୋଇଛନ୍ତି । ପୁରୀରୁ ୨୧୭, ବାଲେଶ୍ୱରରୁ ୧୯୪, ବରଗଡରୁ ୧୮୫ , ଗଂଜାମରୁ ୧୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଣ ଗତ ୨୪ ଘଂଟାରେ କୋରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।

COVID-19