ପୋଷ୍ୟ ସ୍କୁଲ ଅଭିଯାନ : ୧୬ଟି ବରିଷ୍ଠ ପ୍ରାଶାସନିକ ଅଧିକାରୀ ୧୬ ସ୍କୁଲକୁ ଗ୍ରହଣ କଲେ | News Room Odisha

ପୋଷ୍ୟ ସ୍କୁଲ ଅଭିଯାନ : ୧୬ଟି ବରିଷ୍ଠ ପ୍ରାଶାସନିକ ଅଧିକାରୀ ୧୬ ସ୍କୁଲକୁ ଗ୍ରହଣ କଲେ

ଭୁବନେଶ୍ୱର- ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସହ ଏହାର ଶୈକ୍ଷିକ ବାତାବରଣକୁ ସମୃଦ୍ଧ କରିବା ଏଂବ ସରକାରୀ ବିଦ୍ୟାଳୟଗୁଡିକର ଗୁରୁତ୍ୱ ବୃଦ୍ଧି ପାଇଁ ସପ୍ତାହକ ତଳେ ଘୋଷିତ ‘ପୋଷ୍ୟ ସ୍କୁଲ’ ଅଭିଯାନରେ ଏବେ ରାଜ୍ୟର ବରିଷ୍ଠ ପ୍ରାଶାସନିକ ଅଧିକାରୀମାନେ ମଧ୍ୟ ସାମିଲ ହୋଇଛନ୍ତି । ରାଜ୍ୟର ୧୬ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଯେଉଁ ବିଦ୍ୟାଳୟ ସହ ଅଧିକାରୀଙ୍କ ଆବେଗିକ ସଂପର୍କ ରହିଛି , ତାହାକୁ ସେମାନେ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଏହି ଅଭିଯାନରେ ସାମିଲ ହୋଇ କେନ୍ଦୁଝର ଜିଲ୍ଲାର ଡିଏନ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ କଳାହାଣ୍ଡି ଜିଲ୍ଲାର ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟ, ବାଣିଜ୍ୟ ଓ ପରିବହନ ସଚିବ ମଧୁସୂଦନ ପାଢୀ ଭଦ୍ରକ ଜିଲ୍ଲାର ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟ, ଶକ୍ତି ସଚିବ ନିକୁଂଜ ବିହାରୀ ଧଳ ଯାଜପୁର ଜିଲ୍ଲାର ବି.ଏସ ଉଚ୍ଚ ବିଦ୍ୟାଳୟ, ପୂର୍ତ୍ତ ବିଭାଗ ସଚିବ ଡକ୍ଟର କ୍ରିଷନ କୁମାର ଗଜପତି ଜିଲ୍ଲାର ମିଷ୍ଟର ବଏଜ୍ ଆଣ୍ଡ୍ ମିସ୍ ଗାର୍ଲ ସ୍କୁଲ, କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଡକ୍ଟର ଅନୀଲ କୁମାର ସାମଲ କଟକ ଜିଲ୍ଲାର ଭଗବତୀ ବିଦ୍ୟାପୀଠ,ମାହାଙ୍ଗାକୁ ପୋଷ୍ୟ ସ୍କୁଲ ଭବେ ଗ୍ରହଣ କରିଛନ୍ତି । ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବ ସୁରେଶ ଚନ୍ଦ୍ର ଦଳାଇ କେନ୍ଦ୍ରାପଡା ଜିଲ୍ଲା ବନବାଳୀ ବ୍ରହ୍ମଚାରୀ ମଡେଲ ସ୍କୁଲ୍‌, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ରୁପା ରୋଶନ ସାହୁ ଢେଙ୍କାନାଳ ଜିଲ୍ଲାର ବିବି ହାଇସ୍କୁଲ୍ , ଓଏମସି ନିର୍ଦ୍ଦେଶକ ବଲୱନ୍ତ ସିଂହ ପୁରୀ ଜିଲ୍ଲା ସ୍କୁଲ, ଭଦ୍ରକ ଜିଲ୍ଲାପାଳ ଜ୍ଞାନରଂଜନ ସାହୁ ଜଗତସିଂହପୁରର ଶାରଦା ଏକାଡେମୀ, କନକପୁର, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂହ ପୁନିଆ ସୁନ୍ଦରଗଡ ଜିଲ୍ଲାର ବିଏସ ହାଇସ୍କୁଲ, ଗଜପତି ଜିଲ୍ଲାପାଳ ଅନୁପମ ଶାହା କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବିଦ୍ୟାପୀଠକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ।

Mo SchoolMo School AbhiyanOdisha