ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ା ଓ ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ପାର୍ | News Room Odisha

ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା, ଝାରସୁଗୁଡ଼ା ଓ ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ପାର୍

ଭୁବନେଶ୍ୱର – ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି ପଶ୍ଚିମ ଓଡ଼ିଶା । ଅସହ୍ୟ ତାତିରୁ ନିସ୍ତାର ମିଳୁନି । ଆଜି ଝାରସୁଗୁଡାରେ ଓ ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ସେଲସିୟସ ପାର କରିଛି । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର କୌଣସି ସହରର ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ପାର କରିଛି । ଝାରସୁଗୁଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି। ଏଠାରେ ଆଜି ରାଜ୍ୟର ସର୍ବାଧିକ ତାପମାତ୍ରା ୪୫ ଦଶମିକ ୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ସମ୍ବଲପୁରରେ ଆଜିର ତାପମାତ୍ରା ଥିଲା ୪୫ ଦଶମିକ ୨ ଡିଗ୍ରୀ ସେଲସିୟସ । ଚାରି ସହରର ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ ବା ଏହାଠାରୁ ଅଧିକ ରହିଛି। ସୋନପୁରରେ ୪୪.୮, ହୀରାକୁଦରେ ୪୪ ଦଶମିକ ୭, ବୌଦ୍ଧରେ ୪୪. ୬, ବଲାଙ୍ଗୀରରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ରେ ୪୩ .୮, ରାଉରକେଲାରେ ୪୩.୬, ଭବାନୀପାଟଣାରେ ୪୩.୬ , ଟିଟିଲାଗଡ଼ରେ ୪୩.୫, ତାଳଚେରରେ ୪୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ଵରରେ ଆଜିର ତାପମାତ୍ରା ଥିଲା ୩୮ ଦଶମିକ ୨ ଡିଗ୍ରୀ ସେଲସିୟସ।