ସୁସ୍ଥ ହେଲା ପରେ ପୁଣି କୋରୋନା ସଂକ୍ରମିତ ହେଲେ ବେଙ୍ଗଳୁରୁ ମହିଳା | News Room Odisha

ସୁସ୍ଥ ହେଲା ପରେ ପୁଣି କୋରୋନା ସଂକ୍ରମିତ ହେଲେ ବେଙ୍ଗଳୁରୁ ମହିଳା

ବେଙ୍ଗଳୁରୁ – ସୁସ୍ଥ ହେଲା ପରେ ପୁଣି କୋରୋନା ସଂକ୍ରମଣ । ଦେଶରେ ପ୍ରଥମ ଥର ପାଇଁ ବୋଧହୁଏ ଏମିତି ହୋଇଛି । ବେଙ୍ଗଲୁରୁର ଜଣେ ୨୭ ବର୍ଷିୟ ମହିଳା କୋରୋନାରୁ ସୁ୍‌ସ୍ଥ ହେଲା ପରେ ପୁଣି ଥରେ ଆକ୍ରାନ୍ତ ହୋଇଛନ୍ତି । ସଂପୃକ୍ତ ମହିଳାଜଣକ ଜୁଲାଇ ମାସରେ ପ୍ରଥମ ଥର ପାଇଁ କୋରୋନା ପଜିଟିଭ ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ବି ହୋଇଥିଲେ । ହେଲେ ସେ ପୁଣି ଥରେ ସଂକ୍ରମିତ ହୋଇଛନ୍ତି ବୋଲି ସ୍ଥାନୀୟ ଏକ ଘରୋଇ ହସପିଟାଲ ପକ୍ଷରୁ କୁହାଯାଇଛି ।

ତେବେ, ତାଙ୍କର ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ନ ଥିବାରୁ ସେ ସୁସ୍ଥ ଥିବା ଜଣାପଡିଛି । ଡାକ୍ତରଙ୍କ କହିବାନୁସାରେ ସଂକ୍ରମଣର ୨ରୁ ୩ ସପ୍ତାହ ମଧ୍ୟରେ କୋରୋନା ପଜିଟିଭ ହୋଇଥାଏ । ହୁଏ ତ ସେହି ମହିଳାଙ୍କଠାରେ ଆଂଟିବଡି ନଷ୍ଟ ହୋଇଯାଇଥିଲା ।

COVID-19