ଅମରିନ୍ଦର ସିଂ ଲଞ୍ଚ୍ କରିପାରନ୍ତି ନୂଆ ଦଳ, ଆଜି କରିବେ ଘୋଷଣା | News Room Odisha

ଅମରିନ୍ଦର ସିଂ ଲଞ୍ଚ୍ କରିପାରନ୍ତି ନୂଆ ଦଳ, ଆଜି କରିବେ ଘୋଷଣା

ଚଣ୍ଡିଗଡ଼: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ପଞ୍ଜାବର ରାଜନୀତିରେ ଏକ ବଡ ଧମାକା କରିପାରନ୍ତି। କ୍ୟାପଟେନ ଅମରିନ୍ଦର ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିବେ ଯେଉଁଥିରେ ସେ ଏକ ନୂଆ ଦଳ ଗଠନ ସମ୍ପର୍କରେ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।

ବୁଧବାର ଦିନ ସେ ଏକ ସାମ୍ବାଦିକ ସମ୍ମିଳନୀ ଡାକିବେ ବୋଲି ଘୋଷଣା କରିବା ପରେ ଅମରିନ୍ଦର ଏକ ନୂଆ ଦଳ ଘୋଷଣା କରିବା ନେଇ କଳ୍ପନା ଜଳ୍ପନାର ସୃଷ୍ଟି ହୋଇଛି। ଗତ ସପ୍ତାହରେ ଅମରିନ୍ଦର ସିଂ କହିଥିଲେ ଯେ ସେ ଖୁବ୍ ଶୀଘ୍ର ତାଙ୍କର ନୂତନ ଦଳ ଗଠନ କରିବେ ଏବଂ ତିନିଟି କୃଷି ଆଇନ ନେଇ କୃଷକଙ୍କ ସପକ୍ଷରେ କିଛି ସମାଧାନ ବାହାରିଲେ, ୨୦୨୨ ନିର୍ବାଚନ ପାଇଁ ବିଜେପି ସହିତ ମେଣ୍ଟ କରିବେ ବୋଲି ସଙ୍କେତ ଦେଇଥିଲେ ।