କେନ୍ଦ୍ରମନ୍ତ୍ରୀଙ୍କ କାର୍‌ରେ ପିଟି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ | News Room Odisha

କେନ୍ଦ୍ରମନ୍ତ୍ରୀଙ୍କ କାର୍‌ରେ ପିଟି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେ.ଆର.ପୁରମରେ କେନ୍ଦ୍ର କୃଷି ମନ୍ତ୍ରୀ ଶୋଭା କରାନ୍ଦଲାଜେଙ୍କ କାର୍‌ରେ ପିଟି ହୋଇ ଜଣେ ୬୦ ବର୍ଷୀୟ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନାନୁସାରେ ଏହି ଘଟଣା ଅଞ୍ଚଳର ଗଣେଶ ମନ୍ଦିର ନିକଟରେ ଘଟିଛି। ମୃତକଙ୍କ ନାଁ ପ୍ରକାଶ । ସେ ଜଣେ ବିଜେପି କର୍ମୀ ଥିଲେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ମନ୍ତ୍ରୀ କାର୍ ଭିତରେ ଥିଲେ । ସେ ନିର୍ବାଚନ ପ୍ରଚାର ପାଇଁ ଯାଉଥିଲେ। ଗୋଟିଏ ସ୍ଥାନରେ ମନ୍ତ୍ରୀଙ୍କ କାର୍ ଅଟକି ଥିଲା । ଏହି ସମୟରେ କାର୍‌ରେ ଥିବା ଜଣେ କେହି କବାଟ ଖୋଲିଥିଲେ । ପଛରୁ ଆସୁଥିବା ପ୍ରକାଶ ମନ୍ତ୍ରୀଙ୍କ କାର୍ କବାଟରେ ପିଟି ହୋଇ ତଳେ ପଡ଼ି ଯାଇଥିଲେ । ଏତିକିବେଳେ ପଛ ପଟରୁ ଆସୁଥିବା ଏକ ଟ୍ରକ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ କାର୍ କବାଟ କେନ୍ଦ୍ର ମନ୍ତ୍ରୀ ଶୋଭା କରାନ୍ଦଲାଜେ ଖୋଲିଥିଲେ ନା ଆଉ କେହି ତାହା ଜଣାପଡ଼ି ନାହିଁ। ଏହି ଘଟଣା ନେଇ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।