ଉତ୍ତର ପ୍ରଦେଶରେ ବିଜେପିକୁ ଝଟକା, ଇଣ୍ଡିଆ ମେଣ୍ଟ ଆଗରେ | News Room Odisha

ଉତ୍ତର ପ୍ରଦେଶରେ ବିଜେପିକୁ ଝଟକା, ଇଣ୍ଡିଆ ମେଣ୍ଟ ଆଗରେ

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ଏନଡିଏ ମ୍ୟାଜିକ ସଂଖ୍ୟା ଅତିକ୍ରମ କିରିଛି । ହେଲେ ବିଜେପି ଓ ଏନଡିଏ ମେଣ୍ଟକୁ ଆଶାନୁରୂପ ସଫଳତା ମିଳୁନାହିଁ। ଏନଡିଏ ଏଯାବତ୍ ୨୯୦ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୦ ସିଟରେ ଅଗ୍ରଣୀ ରହିଛି। ତେବେ ଉତ୍ତର ପ୍ରଦେଶରେ ବିଜେପି ଓ ଏନଡିଏ ମେଣ୍ଟକୁ ବଡା ଝଟକା ଲାଗିଛି। ଟ୍ରେଣ୍ଡ ଅନୁସାରେ ଉତ୍ତର ପ୍ରଦେଶରେ ଏନଡିଏକୁ ପଛରେ ପକାଇ ଦେଇଛି ଇଣ୍ଡିଆ ମେଣ୍ଟ। ରାଜ୍ୟରେ ଏନଡିଏ ୩୭ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୪୭ ଆସନର ଅଗ୍ରଣୀ ରହିଛି।