ଉତ୍ତର ପ୍ରଦେଶରେ ବିଜେପିକୁ ଝଟକା, ଇଣ୍ଡିଆ ମେଣ୍ଟ ଆଗରେ

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣତି ଜାରି ରହିଥିବା ବେଳେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ସଦ୍ୟତମ ଟ୍ରେଣ୍ଡ୍ ଅନୁସାରେ ଏନଡିଏ ମ୍ୟାଜିକ ସଂଖ୍ୟା ଅତିକ୍ରମ କିରିଛି । ହେଲେ ବିଜେପି ଓ ଏନଡିଏ ମେଣ୍ଟକୁ ଆଶାନୁରୂପ ସଫଳତା ମିଳୁନାହିଁ। ଏନଡିଏ ଏଯାବତ୍ ୨୯୦ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୦ ସିଟରେ ଅଗ୍ରଣୀ ରହିଛି। ତେବେ ଉତ୍ତର ପ୍ରଦେଶରେ ବିଜେପି ଓ ଏନଡିଏ ମେଣ୍ଟକୁ ବଡା ଝଟକା ଲାଗିଛି। ଟ୍ରେଣ୍ଡ ଅନୁସାରେ ଉତ୍ତର ପ୍ରଦେଶରେ ଏନଡିଏକୁ ପଛରେ ପକାଇ ଦେଇଛି ଇଣ୍ଡିଆ ମେଣ୍ଟ। ରାଜ୍ୟରେ ଏନଡିଏ ୩୭ ଆସନରେ ଆଗୁଆ ରହିଥିବା ବେଳେ ଇଣ୍ଡିଆ ମେଣ୍ଟ ୪୭ ଆସନର ଅଗ୍ରଣୀ ରହିଛି।

Comments are closed.