ପିଲାମାନଙ୍କ ଟିକାକରଣ ପ୍ରସ୍ତୁତି ନେଇ ଆଜି କେନ୍ଦ୍ର-ରାଜ୍ୟ ବୈଠକ | News Room Odisha

ପିଲାମାନଙ୍କ ଟିକାକରଣ ପ୍ରସ୍ତୁତି ନେଇ ଆଜି କେନ୍ଦ୍ର-ରାଜ୍ୟ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ବୃଦ୍ଧି ପାଉଛି | ବିଶେଷ କରି ବହୁ ସଂଖ୍ୟକ ଲୋକ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦ୍ୱାରା ସଂକ୍ରମିତ ହେଉଛନ୍ତି। | ରାଜ୍ୟଗୁଡିକର କରୋନା ସ୍ଥିତ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ଏକ ବଡ଼ ବୈଠକ ଡାକିଛି। ବୈଠକରେ ପିଲାମାନଙ୍କ ଟିକାକରଣ ଉପରେ ମଧ୍ୟ ଆଲୋଚନା କରାଯିବ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଜି ଦିନ ୧୧:୩୦ ରେ କରୋନା ଉପରେ ରାଜ୍ୟମାନଙ୍କ ସହିତ ଏକ ବୈଠକ କରିବେ | ଏହି ବୈଠକରେ ଓମିକ୍ରନ୍ ଭାରିଆଣ୍ଟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂତନ ଗାଇଡଲାଇନ ଉପରେ ଆଲୋଚନା ହେବ। ଏହି ବୈଠକରେ ନୂତନ ଗାଇଡଲାଇନ ଅନୁଯାୟୀ ପିଲାମାନଙ୍କୁ କିପରି ଟିକାକରଣ କରାଯିବ ତାହା ଉପରେ ମଧ୍ୟ ଆଲୋଚନା କରାଯିବ।

ଏହାପୂର୍ବରୁ ଗତକାଲି କେନ୍ଦ୍ର ମତଦାନ ହେବାକୁ ଥିବା ରାଜ୍ୟମାନଙ୍କୁ ପରାମର୍ଶ ଦେଇଥିଲା ଯେ ସମସ୍ତ ଜନସଂଖ୍ୟାର ଯୋଗ୍ୟ ହିତାଧିକାରୀଙ୍କୁ ଟିକାର ପ୍ରଥମ ଡୋଜ୍ ଦେବା ତ୍ୱରାନ୍ୱିତ କରାଯାଉ ଏବଂ ଦ୍ବିତୀୟ ଡୋଜ ଗ୍ରହଣ କରିନଥିବା ଲୋକଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଉ।

ଜାନୁୟାରୀ ୩ରୁ ଦେଶରେ ୧୫-୧୮ ବର୍ଷର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ । ଏଥିପାଇଁ ଜାନୁୟାରୀ ୧ରୁ କୋ-ଓ୍ବିନ୍ ଆପରେ ପଞ୍ଜିକରଣ ଆରମ୍ଭ ହେବ ।

COVID-19 VaccineOmicron Variant