ଶିବଲିଙ୍ଗ ଉପରେ ଆପତ୍ତିଜନକ ପୋଷ୍ଟ ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରଫ | News Room Odisha

ଶିବଲିଙ୍ଗ ଉପରେ ଆପତ୍ତିଜନକ ପୋଷ୍ଟ ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଗିରଫ

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ ମାମଲାରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ରତନ ଲାଲଙ୍କୁ ଗିରଫ କରାଯାଇଛି। ଆଜି ପ୍ରଫେସର ଲାଲଙ୍କୁ କୋର୍ଟରେ ହାଜର କରାଯିବ। ପ୍ରଫେସର ରତନଲାଲଙ୍କ ବିରୋଧରେ ସୁପ୍ରିମକୋର୍ଟର ଓକିଲ ବିନୀତ ଜିନ୍ଦଲ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଡ.ରତନଲାଲଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗ ହୋଇଥିଲା।

ପ୍ରଫେସର ରତନ ଲାଲ ଗିରଫ ହୋଇଥିବା ନେଇ ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି। ଦିଲ୍ଲୀ ପୋଲିସ କହିଛି ଯେ ବାରାଣସୀର ଜ୍ଞାନବାପି ମସଜିଦ ପରିସରରେ ଶିବଲିଙ୍ଗ ମିଳିଥିବା ଦାବି ହେବା ପରେ ସୋସିଆଲ ମିଡିଆରେ ଏହାକୁ ନେଇ ସେ ଏକ ଆପତ୍ତିଜନକ ପୋଷ୍ଟ କରିଥିଲେ । ଶୁକ୍ରବାର ରାତିରେ ଡିୟୁ ହିନ୍ଦୁ କଲେଜର ଆସୋସିଏଟ୍ ପ୍ରଫେସର ରତନ ଲାଲଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି ।