Odia‘ହର୍ ଘର୍ ତିରଙ୍ଗା ଅଭିଯାନ’ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ଆହ୍ୱାନ କରାଯାଇଥିବା ଏହି ଅଭିଯାନରେ ଦେଶର କୋଣ ଅନୁକୋଣରୁ ପ୍ରତ୍ୟେକ ଭାରତୀୟ ସାମିଲ ହୋଇଛନ୍ତି। ଏହି କ୍ରମରେ, ଆଜି ଲୋକସେବା ଭବନଠାରେ ‘ହର୍ ଘର୍ ତିରଙ୍ଗା ଅଭିଯାନ’ର କାନ୍ଭାସ୍ରେ ‘ଜୟ ହିନ୍ଦ୍’ ନାରା ସହ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଥିଲେ। ଏହା ସହିତ ଜାତୀୟ ପତାକାକୁ ଲହରାଇ ସମ୍ମାନ ପ୍ରଦର୍ଶନ [...]
Odiaଜାତୀୟ ଜୁନିଅର ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଓଡ଼ିଶାର ମନ୍ନତା ମିଶ୍ର
ଭୁବନେଶ୍ୱର- ଜାତୀୟ ଜୁନିଅର ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ଉଦୀୟମାନ ତାରକା ମନ୍ନତା ମିଶ୍ର ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ଓଡିଶାର ପ୍ରଥମ ସନ୍ତରଣକାରୀ ଭାବେ ଜାତୀୟ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ମନ୍ନତା । ସେ ଗ୍ରୁପ ୧ ବାଳିକା ବ୍ରେଷ୍ଟଷ୍ଟ୍ରୋକ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି । ବର୍ତ୍ତମାନ ଓଡିଶା ଆଇଆଇଏସ ସନ୍ତରଣ ଏଚପିସିରେ ସେ ପ୍ରଶିକ୍ଷଣ ନେଉଛନ୍ତି । ଏହା ପୂର୍ବରୁ ବାଳିକା ଗ୍ରୁପ ୧ର ୨୦୦ [...]
Odiaଫାଇଲେରିଆ ନିରାକରଣ ଅଭିଯାନ
ବରଗଡ: ଷ୍ଟେସନ ପଡା ସ୍ଥିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଫାଇଲେରିଆ ନିରାକରଣ ଅଭିଯାନ ନିମନ୍ତେ ସମୂହ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଯୋଗଦେଇ ପ୍ରଥମେ ଔଷଧ ସେବନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଉପସ୍ଥିତ ଥିବା ସମସ୍ତ ତାଲିମ ପ୍ରାପ୍ତ ଔଷଧ ସେବନ କାରୀଙ୍କୁ (ଆଶା, ଅଙ୍ଗନବାଡି) ସକ୍ରିୟ ଭାବେ ଲୋକଙ୍କୁ ସଚେତନ କରିବା ସହ ବରଗଡ ଜିଲ୍ଲାକୁ ଫାଇଲେରିଆ ମୁକ୍ତ କରିବା ପାଇଁ ନିଷ୍ଠାପର [...]
ଓଡ଼ିଶାର ୬ ରେଳ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଘୋଷଣା
ଭୁବନେଶ୍ୱର: ଗତକାଲି କେନ୍ଦ୍ର ସରକାର ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିବା ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଏକା ଥରକେ ୧୫ ହଜାର କୋଟି ଟଙ୍କାର ୬ ଟି [...]
Odiaପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ, କୁସ୍ତିରେ ଅମନ ସେରାୱତ ଜିତିଲେ ବ୍ରୋଞ୍ଜ
ପ୍ୟାରିସ୍: ଯୁବ ରେସଲର ଅମନ ସେରାଓ୍ବତ ପ୍ୟାରିସ୍ ଅଲିମ୍ପିକ୍ସ କୁସ୍ତି ଇଭେଣ୍ଟରେ ଭାରତକୁ ଦେଇଛନ୍ତି ପ୍ରଥମ ପଦକ। ପୁରୁଷ ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ଅମନ ଜିତିଛନ୍ତି ବ୍ରୋଞ୍ଜ ପଦକ। ନିଜ ପଦାର୍ପଣ ଅଲିମ୍ପିକ୍ସରେ ଅମନ ସେରାଓ୍ବତ ଶୁକ୍ରବାର ବ୍ରୋଞ୍ଜ ପଦକ ମ୍ୟାଚରେ ପୁଏର୍ତୋ ରିକୋର ଡାରିଆନ୍ ଟୋଇ କ୍ରୁଜଙ୍କୁ ୧୩-୫ ପଏଣ୍ଟରେ ହରାଇ ଏହି ସଫଳତା ହାସଲ କରିଛନ୍ତି। ଅଲିମ୍ପିକ ପଦକ ଜିତିବାରେ ୨୧ ବର୍ଷୀୟ ଅମନ ହେଉଛନ୍ତି ଭାରତର ସର୍ବକନିଷ୍ଠ କ୍ରୀଡାବିତ୍ । ପ୍ୟାରିସ୍ [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଲାଗହିଂ କୁମୁଖ ବଚନ ସୁଭ କୈସେ । ମୁହଁ ଗୟାଦିକ ତୀରଥ ଜୈସେ ॥ ରାମହି ମାତୁ ବଚନ ସବ ଭାଏ । ଜିତି ସୁରସାରି ଗତ ସଲିଳ ସୁହାଏ ॥ ଭାବାର୍ଥ :- କୈକେୟୀଙ୍କ ଅପବିତ୍ର ମୁହଁ ରେ ଏପରି ଶୁଭ ମଙ୍ଗଳମୟ ଶବ୍ଦର ଉଚ୍ଚାରଣ ଏପରି ଲାଗୁଥିଲା ଯେପରି ମଗଧ ଦେଶର ଗୟା ତୀର୍ଥରେ ପିତୃପୁରୁଷଙ୍କୁ ଅନ୍ତିମ ଶ୍ରାଦ୍ଧ ଦେଇ ଫେରିଛନ୍ତି । ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ କିନ୍ତୁ ମାତା [...]
Odiaଗୀତା ଉପଦେଶ: ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତା ରେ ଅର୍ଜୁନ ଙ୍କୁ ସ୍ୱ-ଧର୍ମ ସମ୍ବନ୍ଧରେ କହିଛନ୍ତି- ସ୍ୱେ ସ୍ୱେ କର୍ମଣ୍ୟଭିରତଃ ସଂସିଦ୍ଧିଂ ଲଭତେ ନରଃ । ସ୍ୱକର୍ମନିରତଃ ସିଦ୍ଧିଂ ଯଥା ବିନ୍ଦତି ତଚ୍ଛୃଣୁ। ଅର୍ଥାତ୍ ଆମ୍ଭମାନଙ୍କର ସ୍ୱଭାବ ଏବଂ ଜୀବନର ସ୍ତର ଅନୁଯାୟୀ ଯେଉଁସବୁ କର୍ମ ଆମ ପାଇଁ ନିର୍ଦ୍ଧାରିତ କରାଯାଇ ଥାଏ, ତାହା ସ୍ୱ-ଧର୍ମ ଅଟେ । ସେଗୁଡ଼ିକୁ ସମ୍ପାଦନ କରିବା ଦ୍ୱାରା ଆମେ ନିଜ ଶରୀର ଓ ମନର ଅନ୍ତର୍ନିହିତ କ୍ଷମତାର ଉପଯୋଗ ଗଠନ ମୂଳକ ଓ ଲାଭଦାୟକ [...]
Odiaପାକିସ୍ତାନୀ ଖେଳାଳିଙ୍କ ଠାରୁ ସ୍ବର୍ଣ୍ଣ ହାରିଗଲେ ନୀରଜ, ଏଥର ରୌପ୍ୟରେ ସନ୍ତୁଷ୍ଟ
ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଜାଭଲିନ୍ ଷ୍ଟାର ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ସଫଳତା ଦୋହରାଇବାରେ ବିଫଳ ହୋଇଛନ୍ତି। ନୀରଜଙ୍କୁ ଏଥର ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଗୁରୁବାର ରାତିରେ ଅନୁଷ୍ଠିତ ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଜାଭଲିନ୍ ଥ୍ରୋ ଇଭେଣ୍ଟର ୨୬ ବର୍ଷୀୟ ନୀରଜ ଦ୍ବିତୀୟ ପ୍ରୟାସରେ ୮୯.୪୫ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ | ତାଙ୍କର ଆଉ ୪ଟି ପ୍ରୟାସ ଫାଉଲ୍ ହୋଇଯାଇଥିଲା । ନୀରଜ ତାଙ୍କ ମୁଖ୍ୟ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ବାଲ କାଣ୍ଡ ମାଗହୁ ବିଦା ମାତୁ ସନ ଜାଈ । ଆଵହୁ ବେଗି ଚଲହୁ ବନ ଭାଈ ॥ ମୁଦିତ ଭଏ ସୁନି ରଘୁବର ବାନୀ । ଭୟଉ ଲାଭ ବଡ ଗଇ ବଡି ହାନୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ହୃଦୟରେ ଆଲିଙ୍ଗନ କରି କହିଲେ, ହେ ଭାଇ ! ଯାଅ, ମା’ଙ୍କ ଠାରୁ ଆଶିର୍ବାଦ ମାଗି ବିଦାୟ ନେଇ ଆସ ଆଉ ମୋ ସହିତ ବନବାସରେ ଚାଲ । ରଘୁକୁଳ ଶ୍ରେଷ୍ଠ [...]
Odiaଗୀତା ଉପଦେଶ: ସାତ୍ତ୍ୱିକ କର୍ତ୍ତାଗଣ ମୁକ୍ତସଙ୍ଗ ଅର୍ଥାତ୍ ସେମାନେ ସାଂସାରିକ ବିଷୟରେ ଆସକ୍ତ ହୁଅନ୍ତି ନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସତ୍ତ୍ୱଗୁଣ ସ୍ୱଭାବ ବୁଝାଇବାକୁ ଯାଇ କହୁଛନ୍ତି :- ମୁକ୍ତସଙ୍ଗୋଽନହଂବାଦୀ ଧୃତ୍ୟୁତ୍ସାହସମନ୍ୱିତଃ। ସିଦ୍ଧ୍ୟସିଦ୍ଧ୍ୟୋର୍ନିର୍ବିକାରଃ କର୍ତା ସାତ୍ତ୍ୱିକ ଉଚ୍ୟତେ। ଯେତେବେଳେ କର୍ତ୍ତା ଅହଂକାର ଏବଂ ଆସକ୍ତି ରହିତ ତଥା ଉତ୍ସାହ ଓ ଦୃଢ଼ସଂକଳ୍ପଯୁକ୍ତ ହୋଇଥାନ୍ତି, ସେତେବେଳେ ତାଙ୍କୁ ସତ୍ତ୍ୱଗୁଣ ସ୍ୱଭାବଯୁକ୍ତ କୁହାଯାଏ। ବାଖ୍ୟା : ଶ୍ରୀକୃଷ୍ଣ ପୂର୍ବରୁ କର୍ମର ତିନୋଟି ଉପାଦାନ – ଜ୍ଞାନ, ସ୍ୱୟଂ କର୍ମ ଏବଂ କର୍ତ୍ତା ବିଷୟରେ କହିଥିଲେ । ସେମାନଙ୍କ ମଧ୍ୟରୁ ଜ୍ଞାନ ଓ କର୍ମର ଶ୍ରେଣୀ ବର୍ଣ୍ଣନା କରିବା [...]
