Odiaକାଲି ସାଧାରଣତନ୍ତ୍ର ଦିବସରେ ରାଜ୍ୟରେ ବନ୍ଦ ରହିବ ପେଟ୍ରୋଲ ପମ୍ପ
ଭୁବନେଶ୍ୱର – ଆସନ୍ତାକାଲି ସାଧାରଣତଃ ଦିବସ ପାଇଁ ବନ୍ଦ ରହିବ ରାଜ୍ୟର ପେଟ୍ରୋଲ ପମ୍ପ। କେବଳ ଜରୁରୀ ସେବା ପାଇଁ ପ୍ରତି ଜିଲ୍ଲାରେ କିଛି ପେଟ୍ରୋଲ ପମ୍ପ ଖୋଲିବ । ଏହି ସୂଚନା ଦେଇଛନ୍ତି । ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ ସଭାପତି ଶଶାଙ୍କ ସାହୁ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହ ଆଲୋଚନା ପରେ ପେଟ୍ରୋଲିୟମ ଡିଲର୍ସ ଆସୋସିଏସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
Odiaଅଷ୍ଟ୍ରେଲିଆ ଓପନ ଫାଇନାଲରେ ବୋପାନ୍ନା-ଏବଡେନ
ମେଲବର୍ଣ୍ଣ: ଭାରତୀୟ ଟେନିସ୍ ଖେଳାଳି ରୋହନ ବୋପାନ୍ନା ଓ ମାଥ୍ୟୁ ଏବଡେନଙ୍କ ଯୋଡି ଅଷ୍ଟ୍ରେଲିଆ ଓପନର ଫାଇନାଲରେ ପ୍ରବେଶ କରିଛନ୍ତିି। ସେମିଫାଇନାଲ ମ୍ୟାଚରେ ସେ ଚେକ୍ ରିପବ୍ଲିକର ଟୋମାସ୍ ମାଖାଚ୍ ଏବଂ ଚୀନର ଝାଙ୍ଗ ଜିଝେନଙ୍କୁ ପରାସ୍ତ କରିଥିଲେ। ବୋପାନ୍ନା ଓ ଏବଡେନଙ୍କ ଯୋଡି ଟୋମାସ୍ ମାଖାଚ୍ ଏବଂ ଜିଝେନଙ୍କୁ ୬-୩, ୩-୬ ଓ ୭-୬ (୧୦-୭) ରେ ପରାସ୍ତ କରିଛନ୍ତି | ଏହା ପୂର୍ବରୁ ରୋହନ ବୋପାନ୍ନା ଏବଂ ମାଥ୍ୟୁ ଏବଡେନଙ୍କ ଯୋଡି ସେମିଫାଇନାଲରେ ପ୍ରବେଶ [...]
Odiaପ୍ରଥମ ଟେଷ୍ଟ: ଇଂଲଣ୍ଡ ୨୪୬ରେ ଅଲ୍ଆଉଟ୍
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଗୁରୁବାର ଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତୀୟ ସ୍ପିନ୍ ଯୋଡ଼ି ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ମ୍ୟାଜିକ ଦେଖିବାକୁ ମିଳିଛି । ଟସ୍ ଜିତି ବ୍ୟାଟିଂ କରିଥିବା ଲଣ୍ଡର ପ୍ରଥମ ଇନିଂସରେ ୨୪୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଇଂଲଣ୍ଡ ତରଫରୁ ବେନ୍ ଷ୍ଟୋକ୍ସ ସର୍ବାଧିକ ୭୦ ରନ୍ କରିଥିଲେ। ଜନି ବେୟାରଷ୍ଟୋ ୩୭ ରନ୍ [...]
Odiaମେ’୬ ତାରିଖରୁ ଓଜେଇଇ , ଆଜିଠୁ ରେଜିଷ୍ଟ୍ରେସନ ଆରମ୍ଭ
ଭୁବନେଶ୍ୱର – ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା -ଓଜେଇଇ ପାଇଁ ତାରିଖ ଘୋଷଣା ହୋଇଛି । ମେ’ ୬ ତାରିଖରୁ ଓଜେଇଇ ଆରମ୍ଭ ହେବ । ମେ’ ୧୦ ତାରିଖ ଯାଏଁ ଚାଲିବ ପରୀକ୍ଷା। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ହେବ । ପରୀକ୍ଷା ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଛି । ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ଚାଲିବ । ରାଜ୍ୟର ବିଭିନ୍ନ ପେଷାଦାର ପାଠ୍ୟକ୍ରମରେ ଆଡମିଶନ [...]
Odiaବିଜେପିକୁ ଫେରିଲେ ଜଗଦୀଶ ସେଟ୍ଟାର
ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ବିଜେପିକୁ ଫେରିଛନ୍ତି। ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ୬୮ ବର୍ଷୀୟ ସେଟ୍ଟାର ପୁଣି ବିଜେପିରେ ସାମିଲ ହୋଇଛନ୍ତି । ଗତ ବର୍ଷ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ବିଜେପି ତାଙ୍କୁ ଟିକେଟ୍ ନ ଦେବାରୁ ସେ କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସ ତାଙ୍କୁ ହୁବଲି-ଧରୱାଡରୁ ଟିକେଟ ଦେଇଥିଲା । କିନ୍ତୁ ସେଟ୍ଟାର ନିର୍ବାଚନରେ ହାରିଯାଇଥିଲେ [...]
Odiaପୋଲିଂ କର୍ମଚାରୀ ନିଜ ନିଜ ଡ୍ୟୁଟି ସ୍ଥଳରେ ହିଁ ମତଦାନ କରିବେ
ଭୁବନେଶ୍ୱର – ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏଣେ ଭୋଟଗ୍ରହଣ ବେଳେ ପୋଲିଂ ଷ୍ଟେସନ ଦାୟିତ୍ବରେ ମୁତୟନ ହେଉ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ଡ୍ୟୁଟି ଜାଗାରେ ମତଦାନ କରିବେ । ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ପୋଲିଂ ବୁଥ୍ କରାଯିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, [...]
Odiaଆଇଜି ସତ୍ୟବ୍ରତ ଭୋଇଙ୍କ ସମେତ ୧୧ ପୋଲିସ ଅଧିକାରୀଙ୍କୁ ମିଳିବ ଉଲ୍ଲେଖନୀୟ ସେବା ପଦକ, ଆଇପିଏସ ସନ୍ତୋଷ ବାଲା ପାଇବେ ରାଷ୍ଟ୍ରପତି ପଦକ
ନୂଆଦିଲ୍ଲୀ – ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ପୋଲିସ ସମ୍ମାନ ଘୋଷଣା କରାଯାଇଛି। ଓଡ଼ିଶାର ୧୧ଜଣ ପୋଲିସ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ । ଆଇଜି ସତ୍ୟବ୍ରତ ଭୋଇଙ୍କ ସମେତ ୧୧ ପୋଲିସ ଅଧିକାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପଦକ ମିଳିବ । ଏହି ତାଲିକାରେ ୩ ଜଣ ଡିଏସ୍ପି ରାଙ୍କ ଅଧିକାରୀ ମଧ୍ୟ ସ୍ଥାନ ପାଇଛନ୍ତି। ସାରଦା ପ୍ରସନ୍ନ ପ୍ରଧାନ, ପ୍ରଦୀପ ସାମଲ, ପ୍ରଶାନ୍ତ ସାହୁ ପାଇବେ ସେବା ପଦକ । ଓଡିଶାର ଦୁଇ [...]
Odiaବକ୍ସିଂରୁ ଅବସର ଖବରକୁ ଖଣ୍ଡନ କଲେ ମେରୀ କମ୍
ନୂଆଦିଲ୍ଲୀ: ମହାନ ବକ୍ସର ତଥା ୬ ଥର ବିଶ୍ୱ ଚାମ୍ପିୟନ ଏମସି ମେରୀ କମ ଅବସର ଖବରକୁ ଅସ୍ୱୀକାର କରିଛନ୍ତି। ସେ ଏପର୍ଯ୍ୟନ୍ତ ଖେଳକୁ ବିଦାୟ ନେବାକୁ କୌଣସି ଔପଚାରିକ ଘୋଷଣା କରିନାହାଁନ୍ତି ବୋଲି ୪୧ ବର୍ଷୀୟା ଏହି ବକ୍ସର କହିଛନ୍ତି । ଲଣ୍ଡନ ଅଲିମ୍ପିକ୍ସ ୨୦୧୨ ବ୍ରୋଞ୍ଜ ପଦକ ବିଜେତା ମେରୀ କମ ଏକ ବିବୃତ୍ତିରେ କହିଛନ୍ତି, ମୁଁ ଅବସର ଘୋଷଣା କରି ନାହିଁ । ମୋର ବୟାନକୁ ଭୁଲ ଭାବେ ପ୍ରକାଶ କରାଯାଇଛି। ଯେବେ [...]
Odiaଅଷ୍ଟ୍ରେଲିଆରେ ବୁଡ଼ି ୪ ଭାରତୀୟଙ୍କ ମୃତ୍ୟୁ
ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ସମୁଦ୍ରରେ ବୁଡ଼ି ୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଭିକ୍ଟୋରିଆ ରାଜ୍ୟର ଫିଲିପ୍ ଦ୍ବୀପରେ ଏହି ଘଟଣା ଘଟିଛି। ସେମାନେ ଏଠାକୁ ଛୁଟି କାଟିବାକୁ ଆସିଥିଲେ | ମୃତକଙ୍କ ମଧ୍ୟରେ ତିନି ମହିଳା ଓ ଜଣେ ପୁରୁଷ ଅଛନ୍ତି । ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ହାଇ କମିଶନର ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି, ‘ଅଷ୍ଟ୍ରେଲିଆରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଭିକ୍ଟୋରିଆର ଫିଲିପ୍ ଦ୍ୱୀପରେ [...]
Odiaଆଜିଠୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍
ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଗୁରୁବାର ଠାରୁ ଆରମ୍ଭ ହେଉଛି । ବିଗତ ୧୨ ବର୍ଷରେ ଭାରତ କୌଣସି ଘରୋଇ ସିରିଜ୍ ହାରିନଥିବା ବେଳେ ଇଂଲଣ୍ଡ ବିପକ୍ଷରେ ଏହି ଧାରା ଜାରି ରଖିବାକୁ ଚାହିଁବ। ଇଂଲଣ୍ଡ ନିଜର ଚିରାଚରିତ ‘ବାଜବଲ୍’ ଉପରେ ଭରସା କରିଥିବା ବେଳେ ଭାରତ ଏହାର ସ୍ପିନରଙ୍କୁ ଅସ୍ତ୍ର କରିବ । ଶେଷ ଥର ପାଇଁ ଭାରତ ୨୦୧୨ରେ ଘରୋଇ ମାଟିରେ ଏକ ଟେଷ୍ଟ ସିରିଜ୍ [...]
