Odiaକାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ୫ ମୃତ
କୋଲକାତା: ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡି ଷ୍ଟେସନ ନିକଟରେ ସୋମବାର ସିଲଦା ଅଭିମୁଖେ ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା ଦେବା ଯୋଗୁଁ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ମାଲଗାଡ଼ି ଧକ୍କାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ଶେଷ ଦୁଇଟି ବଗି ଲାଇନଚ୍ୟୁତ ହୋଇଯାଇଥିଲା। ଉତ୍ତର ସୀମାନ୍ତ ରେଳବାଇ କଟିହାର ଡିଭିଜନର ଡିଭିଜନାଲ ରେଲୱେ ମ୍ୟାନେଜରଙ୍କ ସୂଚନା ଅନୁଯାୟୀ ସକାଳ ପ୍ରାୟ ୯ଟା ବେଳେ ଏହି [...]
Odiaଟି-୨୦ ବିଶ୍ୱକପ୍: ନେଦରଲ୍ୟାଣ୍ଡସକୁ ୮୩ ରନରେ ହରାଇଲା ଶ୍ରୀଲଙ୍କା
ଗ୍ରସ୍ ଆଇସଲେଟ୍ (ସେଣ୍ଟ୍ ଲୁସିଆ): ଶ୍ରୀଲଙ୍କା ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ସୋମବାର ନେଦରଲ୍ୟାଣ୍ଡ୍ସକୁ ୮୩ ରନରେ ପରାସ୍ତ କରିଛି । ପୂର୍ବରୁ ସୁପର-୮ ଦୌଡ଼ରୁ ବାଦ୍ ପଡ଼ିଥିବ ଶ୍ରୀଲଙ୍କା ଏହି ସାନ୍ତ୍ଵନା ମୂଳକ ବିଜୟ ସହ ଟି-୨୦ ବିଶ୍ୱକପ୍ ଅଭିଯାନ ଶେଷ କରିଛି। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ ହେବା ପରେ ଶ୍ରୀଲଙ୍କା କୁସାଲ ମେଣ୍ଡିସ (୪୬) ଏବଂ ଚରିଥ ଆସାଲଙ୍କା (୪୬)ଙ୍କ ଉପଯୋଗୀ ଇନିଂସ ସହାୟତାରେ ୬ ୱିକେଟ୍ ହରାଇ ୨୦୧ ରନ୍ [...]
Odiaଟ୍ରାକ୍ଟରକୁ ପିଟିଲା କାର, ୪ ଯାତ୍ରୀ ମୃତ
ନୂଆପଡ଼ା – ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଲଛିପୁର ଗାଁ ନିକଟ ୧୬ ନମ୍ବର ରାଜ୍ୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଏକ ଟ୍ରାକ୍ଟରକୁ ଦ୍ରୁତଗାମୀ କାର୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସବୁ ମୃତକ ଖଡିଆଳ ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି। ଋଷି ସାହୁ, ଶୁଭମ ମହାଉତି, ବଣ୍ଟି ଲାଲ ସିଂହ ଓ ଗୋଇମୁଣ୍ଡା ଗ୍ରାମର ଦେବରାଜ ପଟେଲ ଗତକାଲି ରାତିରେ [...]
Odiaଟି-୨୦ ବିଶ୍ୱକପ୍: ନେପାଳକୁ ହରାଇ ସୁପର-୮ରେ ବାଂଲାଦେଶ
କିଙ୍ଗ୍ସଟାଉନ: ଟି-୨୦ ବିଶ୍ୱକପ୍ର ଏକ ଗ୍ରୁପ୍ ଡି’ ମ୍ୟାଚ୍ରେ ବାଂଲାଦେଶ ୨୧ ରନ୍ରେ ନେପାଳକୁ ହରାଇ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛି। କିଙ୍ଗ୍ସଟାଉନର ଆର୍ନୋସ୍ ୱେଲ ଗ୍ରାଉଣ୍ଡରେ ନେପାଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୧୯.୩ ଓଭରରେ ୧୦୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ନେପାଳ ୧୯.୨ ଓଭରରେ ସମସ୍ତ ଓ୍ବିକେଟ୍ ହରାଇ ମାତ୍ର ୮୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ବାଂଲାଦେଶ ପାଇଁ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ଉର ଧରି ରାମହି ସୀୟ ସମେତା। ହରଷିତ କୀହ୍ନ ଗୁର ଗବନୁ ନିକେତନ ॥ ବିପ୍ରବଧୁ ସବ ଭୂପ ବୋଲାଈ । ଚୈଲ ଚାରୁ ଭୂଷନ ପହିରାଈ ॥ ଭାବାର୍ଥ :- ବଡ଼ ବୋହୁ ସୀତାଙ୍କୁ ଏବଂ ଶ୍ରୀରାମଙ୍କୁ ହୃଦୟରେ ଲଗାଇ ମହର୍ଷି ବଶିଷ୍ଠ ସହର୍ଷ ଆଶିର୍ବାଦ ଦେଇ ନିଜ ହୃଦୟରେ ଧାରଣ କରି ନିଜ ସ୍ଥାନକୁ ଗଲେ । ସମସ୍ତ ବ୍ରାହ୍ମଣ ମାନଙ୍କ ସ୍ତ୍ରୀ ମାନଙ୍କୁ ରାଜା ଦଶରଥ ଡକାଇଲେ ଆଉ ସମସ୍ତଙ୍କୁ ନୂତନ ବସ୍ତ୍ର [...]
Odiaଗୀତା ଉପଦେଶ: ନିଜ ବୁଦ୍ଧିର ପ୍ରୟୋଗ ଈଶ୍ୱରାନୁକୂଳ ହେବା ଉଚିତ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଙ୍ଖ୍ଯ ଯୋଗରେ କହୁଛନ୍ତି – ଏଷା ତେଽଭିହିତା ସାଂଖ୍ୟେ ବୁଦ୍ଧିର୍ଯୋଗେ ତ୍ୱିମାଂ ଶୃଣୁ । ବୁଦ୍ଧ୍ୟା ଯୁକ୍ତୋ ଯୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି।* ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ମୁଁ ଏ ପର୍ଯ୍ୟନ୍ତ ତୁମକୁ ସାଙ୍ଖ୍ଯ ଯୋଗ ବିଷୟରେ କହିଲି। ହେ ପାର୍ଥ ତୁମକୁ ବୁଦ୍ଧି ଯୋଗ ବିଷୟରେ କହୁଛି। ଏହି ପରି ବିଚାର ଯୁକ୍ତ କର୍ମ କଲେ ତୁମେ କର୍ମ ବନ୍ଧନରୁ ମୁକ୍ତିଲାଭ କରିବ।
Odiaଖଲ୍ଲିକୋଟ: କାର୍ ସହ ବାଇକ୍ ଧକ୍କା, ୨ ସାଙ୍ଗ ମୃତ
ଛତ୍ରପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟ ନିର୍ମଳଝର ଠାରେ କାର୍ ସହ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ୨ ବନ୍ଧୁ ଭରସା ଗ୍ରାମର ଦୁଇ ସାଙ୍ଗ ନିରାକାର ଗୌଡ଼ ଓ ଆଲୋକ ଗୌଡ଼। ଆଜି ଗୁହାରିଆପାଟରୁ ଦୁହେଁ ନିଜ ବାଇକ୍ ଯୋଗେ ଆସୁଥିଲେ। ଏହି ସମୟରେ ନିର୍ମଳଝର ଠାରେ ଏକ କାର୍ ସହ ମୁହାଁମୁହିଁ ଧକ୍କା ଘଟିଥିଲା। ନିରାକାର ଓ ଆଲୋକ ବାଇକରୁ ଛିଟିକି ପଡ଼ିବା [...]
Odiaଟି-୨୦ ବିଶ୍ୱକପ: ସ୍କଟଲ୍ୟାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ, ସୁପର-୮ରେ ଇଂଲଣ୍ଡ
ସେଣ୍ଟ ଲୁସିଆ: ଟି-୨୦ ବିଶ୍ୱକପରେ ରବିବାର ଏକ ଗୁରୁତ୍ବପୂର୍ଣ୍ଣ ଗ୍ରୁପ୍ ବି’ ମ୍ୟାଚରେ ଅଷ୍ଟ୍ରେଲିଆ ୫ ୱିକେଟରେ ସ୍କଟଲ୍ୟାଣ୍ଡକୁ ହରାଇଛି। ଅଷ୍ଟ୍ରେଲିଆର ଏହି ବିଜୟ ସହ ଇଂଲଣ୍ଡକୁ ମିଳିଛି ସୁପର-୮ ଟିକେଟ୍। ତେଣେ ସ୍କଟଲାଣ୍ଡର ଅଭିଯାନ ଶେଷ ହୋଇଯାଇଛି। ପୂର୍ବରୁ ଅଷ୍ଟ୍ରେଲିଆ ଗ୍ରୁପ୍-ବିରୁ ସୁପର-୮ରେ ପହଞ୍ଚି ସାରିଥିଲା । ଏବେ ସ୍କଟଲ୍ୟାଣ୍ଡର ପରାଜୟ ସହ ଇଂଲଣ୍ଡ ଏହି ଗ୍ରୁପରୁ ଦ୍ୱିତୀୟ ଦଳ ଭାବେ ସୁପର-୮କୁ ଉନ୍ନୀତ ହୋଇଛି। ଉଭୟ ସ୍କଟଲ୍ୟାଣ୍ଡ ଓ ଇଂଲଣ୍ଡ ସମାନ ୫ ପଏଣ୍ଟ [...]
Odiaଗୀତା ଉପଦେଶ: ଜୀବନରେ ଦ୍ଵନ୍ଦ କେବେହେଲେ ଯଶସ୍ବୀ ପୁରୁଷଙ୍କୁ ଶୋଭା ପାଏନାହିଁ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଙ୍ଖ୍ଯ ଯୋଗ ରେ କହୁଛନ୍ତି- କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍।ଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତିକରମର୍ଜୁନ।। ଅର୍ଥାତ୍ ଭଗବାନ କହିଲେ ଯେ ହେ ପ୍ରିୟ ଅର୍ଜୁନ ଏହି ପରି ବିପଦପୂର୍ଣ୍ଣ ସମୟରେ ତୁମ ଠାରେ ଏହି ଦ୍ବନ୍ଦ୍ବ କିପରି ଉତ୍ପନ୍ନ ହେଲା। ଏହା ଏକ ଯଶସ୍ବୀ ପୁରୁଷ ଙ୍କୁ ଶୋଭା ପାଏ ନାହିଁ। ଏହା ଉଚ୍ଚତର ଲୋକ ମାନଙ୍କୁ ଅପଯଶ ପ୍ରଦାନ କରିଥାଏ।
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ହରି ଗୁନ ନାମ ଉପାର କଥା ରୁପ ଅଗନିତ ଅମିତ। ମୈ ନିଜମତି ଅନୁସାର କହଉଁ ଉମା ସାଦର ସୁନହୁ॥ ଭାବାର୍ଥ :- ଶ୍ରୀଶିବ କହିଲେ, ଶ୍ରୀହରିଙ୍କ ସମସ୍ତ ଗୁଣ, ମାନ ଯଶ ଓ ରୁପର କଥା ଅସୀମ ଅପାର ଆଉ ଅଗଣିତ। ତଥାପି ହେ ପାର୍ବତୀ ! ମୁଁ ନିଜ ବୁଦ୍ଧି ଅନୁସାରେ କହୁଛି, ତାହା ତୁମେ ଆଦର ପୁର୍ବକ ଶୁଣ।
