Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଏକ ଜନମ କର କାରନ ଏହା । ଜେହି ଲଗି ରାମ ଧରୀ ନରଦେହା ॥ ପ୍ରତି ଅବତାର କଥା ପ୍ରଭୁ କେରୀ । ସୁନୁ ମୁନି ବରନୀ କବିହ୍ନ ଧନେରୀ ॥ ଭାବାର୍ଥ :- ଏହା ଗୋଟିଏ ଜନ୍ମର କଥା ଥିଲା ଯେଉଁଠି ଭଗବାନ ଶ୍ରୀରାମ ମନୁଷ୍ୟ ଦେହ ଧାରଣ କରିଥିଲେ । ହେ ମହାମୁନି ଭରଦ୍ବାଜ ! ଶୁଣ, ଭଗବାନଙ୍କର ପ୍ରତ୍ୟେକ ଅବତାର ର କଥାକୁ କବିତା ଆକାରରେ [...]
Odiaଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଶ୍ରଦ୍ଧାତ୍ରୟ ବିଭାଗ ଯୋଗରେ କହୁଛନ୍ତି ….
ଇନ୍ଦ୍ରିୟାଣି ମନୋ ବୁଦ୍ଧିରସ୍ୟାଧିଷ୍ଠାନମୁଚ୍ୟତେ ।ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ୍ୟ ଦେହିନମ୍ ।। ୪୦ ।। ଅର୍ଥାତ: ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁୁ କାମନାର ପ୍ରଜଜନ ଭୂମି ରୂପେ ଆଖ୍ୟାୟିତ କରାଯାଇ ଥାଏ । ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି, ଶରୀରସ୍ଥ ଆତ୍ମାକୁ ଭ୍ରମିତ କରିଥାଏ । ତେଣୁ ହେ ଭରତ ଶ୍ରେଷ୍ଠ ! ସର୍ବ ପ୍ରଥମେ ତୁମେ ଇନ୍ଦ୍ରିୟମାନଙ୍କୁ ନିଜର ନିୟନ୍ତ୍ରଣାଧୀନ କରି କାମନା ରୂପୀ ଶତ୍ରୁକୁ ନାଶ କର, କାରଣ ତାହା ପାପର ପ୍ରତୀକ ଅଟେ [...]
Odiaରାହୁଲ ଗାନ୍ଧୀ ରାଏବରେଲି ଆସନ ରଖିଲେ, ୱାୟନାଡରୁ ଉପନିର୍ବାଚନ ଲଢ଼ିବେ ପ୍ରିୟଙ୍କା
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ରାଏବରେଲି ଆସନ ରଖିଛନ୍ତି । ସେ କେରଳର ୱାୟାନାଡ ଆସନରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଦଳ ପ୍ରିୟଙ୍କା ଗାନ୍ଧୀଙ୍କୁ ୱାୟନାଡ ଲୋକସଭା ଆସନରେ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଏହି ସୂଚନା ଦେଇଛନ୍ତି। ଖଡ଼ଗେ ଗଣମାଧ୍ୟମକୁ କହିଛନ୍ତି, “ରାହୁଲ ଗାନ୍ଧୀ ଦୁଇଟି ଆସନରୁ ନିର୍ବାଚିତ ହୋଇଛନ୍ତି। ଆଇନ ଅନୁଯାୟୀ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେ [...]
Odiaତାତି ଓ ଗୁଳୁଗୁଳିରେ ଲୋକେ କଲବଲ, ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ବା ଅଧିକ ରେକର୍ଡ
ଭୁବନେଶ୍ୱର – ଜୁନ ମାସ ଅଧା ସରିଲାଣି । ମୋୖସୁମୀ ଆଗୁଆ ଆସିଥିଲେ ମଧ୍ୟ ସଂପୂର୍ଣ୍ଣ ରାଜ୍ୟକୁ ଅଗ୍ରସର ହୋଇପାରୁନାହିଁ। ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ମୋୖସୁମୀ ବର୍ଷାକୁ ଲୋକେ ଚାହିଁ ରହିଥିବା ବେଳେ ଏହା ଆହୁରି ବିଳମ୍ବିତ ହୋଇଛି। ଆଜି ରାଜ୍ୟରେ ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ବା ଅଧିକ ରେକର୍ଡ କରାଯାଇଛି । ୪୨.୪ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବାରିପଦା ଆଜି ସବୁଠୁ ଉତ୍ତପ୍ତ [...]
Odiaସ୍କୁଲ ଖୋଲିବା ପ୍ରସଙ୍ଗ : ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳ ମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର – ପାଣିପାଗ ବିଭାଗର ସୂଚନାକୁ ଭିତ୍ତି କରି ସ୍କୁଲ ଖୋଲିବା ନିଷ୍ପତ୍ତି ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ । ଏହି ନିର୍ଦ୍ଦେଶ ଚଳିତ ମାସ [...]
Odiaପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି
କୋଲକାତା: ପଶ୍ଚିମବଙ୍ଗର ଦାର୍ଜିଲିଂରେ ସୋମବାର ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଏହି ଦୁର୍ଘଟଣାରେ ୬୦ ଜଣ ଆହତ ହୋଇଛନ୍ତି। ଉତ୍ତର ପଶ୍ଚିମବଙ୍ଗର ନୂଆ ଜଲପାଇଗୁଡି ଷ୍ଟେସନଠାରୁ ପ୍ରାୟ ୩୦ କିଲୋମିଟର ଦୂର ରଙ୍ଗାପାନି ଷ୍ଟେସନରେ କାଞ୍ଚନଜଙ୍ଗା ଏକ୍ସପ୍ରେସ ଠିଆ ହୋଇଥିବା ବେଳେ ଏହାକୁ ଏକ ମାଲଗାଡ଼ି ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ କାଞ୍ଚନଜଙ୍ଗା ଏକ୍ସପ୍ରେସର ତିନୋଟି ବଗି ଚୂରମାର୍ ହୋଇଯାଇଥିଲା। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ [...]
Odiaରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪୧ : ଏସଆରସି
ଭୁବନେଶ୍ୱର – ଏ ବର୍ଷ ଅଂଶୁଘାତ ଯୋଗୁଁ ରାଜ୍ୟରେ ଏ ଯାଏଁ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର – ଏସଆରସି ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି। ଅଂଶୁଘାତ ଜନିତ ମୃତ୍ୟୁ ନେଇ ୧୬୧ଟି ଅଭିଯୋଗ ଆସିଥିଲା। ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ଜିଲ୍ଲାପାଳମାନଙ୍କ ଭିତ୍ତିରେ ଏ ଯାଏଁ ୪୧ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଆଉ କିଛି ସ୍ଥାନରୁ ରିପୋର୍ଟ ଆସି ନାହିଁ। ରାଜ୍ୟରେ ଆହୁରି ୩-୪ ଦିନ [...]
Odiaକାଲିଠାରୁ ୨ ଦିନ ଧରି ନୂଆ ବିଧାୟକମାନଙ୍କ ଶପଥ, ୨୦ରେ ନୂଆ ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର – ଆସନ୍ତାକାଲି ଓ ୧୯ ତାରିଖରେ ସପ୍ତଦଶ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକମାନେ ଶପଥ ଗ୍ରହଣ କରିବେ । କାମଚଳା ବାଚସ୍ପତି ଭାବେ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ୮ ଥରର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନୂଆ ବିଧାୟକମାନଙ୍କୁ ଶପଥ ପାଠ କରାଇବେ । ଏହାପରେ ଜୁନ୍ ୨୦ ତାରିଖରେ ନୂଆ ବାଚସ୍ପତି ନିର୍ବାଚନ କରାଯିବ । ବିଧାନସଭାର ବିଶେଷ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପି ଅରୁଣ [...]
Odiaଆସନ୍ତା ୧୯ରେ ବିଜେଡି ବିଧାୟକ ଦଳ ବୈଠକ
ଭୁବନେଶ୍ୱର – ଆସନ୍ତା ୧୯ ତାରିଖରେ ବସିବ ନବନିର୍ବାଚିତ ବିଜେଡି ବିଧାୟକ ଦଳ ବୈଠକ । ବିଜେଡି ସଭାପତି ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ ବିଧାୟକ ଦଳର ନେତା ଚୟନ କରାଯିବ ବୋଲି ସୂଚନା ମିଳିଛି। ୧୯ ତାରିଖ ଅପରାହ୍ନ ୪ଟା ୩୦ ମିନିଟରେ ବୈଠକ ବସିବ। ବିଧାନସଭାରେ କିଏ ହେବ ବିରୋଧୀ ଦଳର ନେତା ତାହା ଚୟନ କରାଯିବ।
Odiaସମଗ୍ର ଓଡ଼ିଶାରେ ମୋୖସୁମୀ ଅଗ୍ରସର ପାଇଁ ଆହୁରି ସମୟ ଲାଗିବ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା
ଭୁବନେଶ୍ୱର – ସମଗ୍ର ଓଡ଼ିଶାରେ ମୋୖସୁମୀ ଅଗ୍ରସର ହେବା ପାଇଁ ଆହୁରି ସମୟ ଲାଗିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ଆଉ ୩-୪ ଦିନ ଉପକୂଳ ଓଡ଼ିଶାରେ ତାତି ହନ୍ତସନ୍ତ କରିବ ବୋଲି ସେ କହିଛନ୍ତି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକାଙ୍କ ସୂଚନା ଅନୁସାରେ ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ [...]
