ଆଜିଠୁ ଧର୍ମଶାଳାରେ ପଞ୍ଚମ ଟେଷ୍ଟ: ଅଶ୍ୱିନଙ୍କ ୧୦୦ତମ ମ୍ୟାଚକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ଭାରତ
ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ ଏଠାରେ ଆରମ୍ଭ ହେଉଛି । ଗତ ତିନିଟି ଟେଷ୍ଟ ଜିତି ସିରିଜରେ ୩-୧ ଅପରାଜେୟ ଅଗ୍ରଣୀ ହାସଲ କରିଥିବା ଭାରତ ଅନ୍ତିମ ଟେଷ୍ଟ ମ୍ୟାଚକୁ ଷ୍ଟାର୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ପାଇଁ ସ୍ମରଣୀୟ କରିବାକୁ ଚାହିଁବ। କାରଣ ଅଶ୍ବିନଙ୍କ ଏହା ହେବ ୧୦୦ତମ ଟେଷ୍ଟ ମ୍ୟାଚ୍ | ଏହା ମଧ୍ୟ ଇଂଲଣ୍ଡ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋଙ୍କ ୧୦୦ [...]
ଧର୍ମଶାଳା: ଭାରତ ଓ ଇଂଲଣ୍ଡ ମଧ୍ୟରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଗୁରୁବାରଠାରୁ ଏଠାରେ ଆରମ୍ଭ ହେଉଛି । ଗତ ତିନିଟି ଟେଷ୍ଟ ଜିତି ସିରିଜରେ ୩-୧ ଅପରାଜେୟ ଅଗ୍ରଣୀ ହାସଲ କରିଥିବା ଭାରତ ଅନ୍ତିମ ଟେଷ୍ଟ ମ୍ୟାଚକୁ ଷ୍ଟାର୍ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ପାଇଁ ସ୍ମରଣୀୟ କରିବାକୁ ଚାହିଁବ। କାରଣ ଅଶ୍ବିନଙ୍କ ଏହା ହେବ ୧୦୦ତମ ଟେଷ୍ଟ ମ୍ୟାଚ୍ |
ଏହା ମଧ୍ୟ ଇଂଲଣ୍ଡ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋଙ୍କ ୧୦୦ ତମ ଟେଷ୍ଟ ମ୍ୟାଚ୍ ହେବ । ଏହାଛଡ଼ା ଦଳ ବିଜୟ ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି ।
ଅନ୍ୟପକ୍ଷରେ ରାଞ୍ଚିରେ ଚତୁର୍ଥ ଟେଷ୍ଟ ଜିତି ଘରୋଇ ମାଟିରେ ଚମତ୍କାର ରେକର୍ଡ ବଜାୟ ରଖିବାରେ ସଫଳ ହୋଇଥିବା ଭାରତ ୪-୧ରେ ସିରିଜ୍ ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ନିଜ ଶୀର୍ଷ ସ୍ଥାନ ସୁଦୃଢ଼ କରିବାକୁ ଚେଷ୍ଟା କରିବ।
ଧର୍ମଶାଳାରେ ପିଚ୍ ଏବଂ ପାଣିପାଗ ଦୃଷ୍ଟିରୁ ଇଂଲଣ୍ଡ ନିଜ ଘରୋଇ ମାଟିରେ ଖେଳିବା ଭଳି ଅନୁଭବ କରିବ | ମ୍ୟାଚର ପ୍ରଥମ ଦୁଇ ଦିନ ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ସେଲସିୟସ ରହିବ ବୋଲି ଆକଳନ କରାଯାଇଛି । ସପ୍ତାହକ ମଧ୍ୟରେ ଏହା ସାମାନ୍ୟ ବୃଦ୍ଧି ପାଇବ ।
ମ୍ୟାଚ୍ ପୂର୍ବରୁ ପିଚ୍ ଫ୍ଲାଟ୍ ଦେଖାଯାଉଛି । କିନ୍ତୁ ଆର୍ଦ୍ରତା ଯୋଗୁଁ ଦ୍ରୁତ ବୋଲର ମାନଙ୍କୁ ଆରମ୍ଭରୁ ସହାୟକ ହେବ ବୋଲି ଆଶା କରାଯାଏ |
ସାଧାରଣତଃ, ଦ୍ରୁତ ବୋଲରମାନେ ଏହି ଗ୍ରାଉଣ୍ଡରେ ସଫଳ ହୋଇଥିବା ନଜିର ରହିଛି କିନ୍ତୁ ସ୍ପିନରଙ୍କ ଭୂମିକାକୁ ମଧ୍ୟ ଅଣଦେଖା କରି ହେବନି | ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ କେବଳ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳାଯାଇଛି | ୨୦୧୭ରେ ଖେଳାଯାଇଥିବା ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବିଜୟରେ ସ୍ପିନରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ |
ଭାରତ କେବଳ ଦୁଇଟି ଦ୍ରୁତ ବୋଲର ଏବଂ ତିନି ଜଣ ସ୍ପିନର ଖେଳାଇବା ସମ୍ଭାବନା ରହିଛି। ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଭାରତୀୟ ଦ୍ରୁତ ବୋଲିଂ ଆକ୍ରମଣକୁ ଶକ୍ତିଶାଳୀ କରିଛି। ତାଙ୍କ ସହ ମହମ୍ମଦ ସିରାଜ ଦ୍ରୁତ ବୋଲିଂ ବିଭାଗର ଦାୟିତ୍ୱ ତୁଲାଇବାକୁ ଥିବାବେଳେ ସ୍ପିନ୍ ବିଭାଗର ଦାୟିତ୍ବ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବଙ୍କ ଉପରେ ରହିବ। କୁଲଦୀପ ୨୦୧୭ରେ ଏହି ଗ୍ରାଉଣ୍ଡରେ ଟେଷ୍ଟ କ୍ରିକେଟ୍ ଡେବ୍ୟୁ କରିଥିଲେ।
କେ.ଏଲ୍ ରାହୁଲ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟନେସ୍ ହାସଲ କରିନାହାଁନ୍ତି । ତେଣୁ ରଜତ ପାଟିଦାରଙ୍କୁ ଆଉ ଏକ ସୁଯୋଗ ମିଳିପାରେ। ତେବେ ତାଙ୍କୁ ଭଲ ସ୍କୋର କରିବାକୁ ପଡ଼ିବ କାରଣ ଦଳରେ ନିଜ ସ୍ଥାନ ବଜାୟ ରଖିବାକୁ ଏହା ତାଙ୍କର ଶେଷ ସୁଯୋଗ ହୋଇପାରେ। ଦେବଦତ୍ତ ପାଡିକ୍କଲଙ୍କ ରୂପରେ ଭାରତ ପାଖରେ ଆଉ ଏକ ମିଡିଲ ଅର୍ଡର ବିକଳ୍ପ ଅଛି ।
ଗଙ୍ଗ ବଂଶର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଗଢ଼ିଥିଲେ କପିଳାସ ଶିବ ମନ୍ଦିର
Next Articleଆଗେଇ ଚାଲିଛି ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ କାମ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
