ଗଙ୍ଗ ବଂଶର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଗଢ଼ିଥିଲେ କପିଳାସ ଶିବ ମନ୍ଦିର
କପିଳାସ ଶିବ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି । କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହରର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହା ଢେଙ୍କାନାଳ ସହରଠାରୁ ୨୦ କି.ମି. ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ମୁଖ୍ୟ ମନ୍ଦିରର ଉଚ୍ଚତା ୬୦ [...]
କପିଳାସ ଶିବ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି । କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହରର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହା ଢେଙ୍କାନାଳ ସହରଠାରୁ ୨୦ କି.ମି. ଏବଂ ରାଜଧାନୀ ଭୁବନେଶ୍ୱରଠାରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ ।
ଏହା ସମୁଦ୍ର ପତ୍ତନଠାରୁ ୨୨୩୯ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ମୁଖ୍ୟ ମନ୍ଦିରର ଉଚ୍ଚତା ୬୦ ଫୁଟ । ମନ୍ଦିରକୁ ଦୁଇଟି ରାସ୍ତା ଦେଇକି ଯାଇହୁଏ । ୧୩୫୨ ପାହାଚ ଚଢ଼ି ଅଥବା ବାରବାଙ୍କି ଘାଟି ରାସ୍ତାଦ୍ୱାରା ୮ କିଲୋମିଟର ରାସ୍ତା ଦେଇ ଅନାୟାସରେ ମନ୍ଦିର ଉପରକୁ ଯାଇହୁଏ । ଗଙ୍ଗ ବଂଶର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଏହି ମନ୍ଦିରକୁ ୧୨୪୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଇଥିଲେ । ଏହାର ବାମ ପାର୍ଶ୍ୱରେ ପୟମାର୍ତ କୁଣ୍ଡ ଓ ଡାହାଣ ପାର୍ଶ୍ୱରେ ମରୀଚି କୁଣ୍ଡ ଅବସ୍ଥିତ । ଏହାର ଜଗନମୋହନ କାଠରେ ତିଆରି । ମହାଦେବଙ୍କ ବ୍ୟତୀତ ଦେବୀ ପାର୍ବତୀ,ଗଣେଶ, କାର୍ତ୍ତିକେୟ, ବିଷ୍ଣୁ, ଶ୍ରୀରାମ ଓ ଗଙ୍ଗା ମାତାଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ଶ୍ରୀଜଗନ୍ନାଥଙ୍କୁ ପାର୍ଶ୍ୱଦେବତା ଭାବେ ଅବସ୍ଥାପିତ । ଚନ୍ଦ୍ରଶେଖରଙ୍କ ବ୍ୟତୀତ ଏଠାରେ ବିଶ୍ୱନାଥଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ସ୍ଥାନୀୟ ଲୋକମାନଙ୍କ ଅନୁସାରେ ବିଶ୍ୱନାଥ ମନ୍ଦିର ଚନ୍ଦ୍ରଶେଖରଙ୍କ ମନ୍ଦିରଠାରୁ ଆହୁରି ପୁରୁଣା ସେଥିପାଇଁ ଏହାକୁ ବୁଢ଼ା ଲିଙ୍ଗ ମଧ୍ୟ କୁହାଯାଏ।
ଇତିହାସ
କପିଳାସ ବାବଦରେ ଅନେକ କିମ୍ବଦନ୍ତୀ ରହିଛି । ଏହାକୁ ଶିବଙ୍କର ଦ୍ୱିତୀୟ କୈଳାସ କୁହାଯାଉଥିଲା ବେଳେ ମର୍ତ୍ତ୍ୟରେ ଦେବତା ମାନେ ଏଠାରେ ସଭା କରୁଥିବାର ମଧ୍ୟ ପୁରାଣରୁ ଜଣାଯାଏ । ଏଠାରେ କପିଳ ମୁନିଙ୍କ ଆଶ୍ରମ ଥିଲା ବୋଲି ଏହାକୁ (କପିଳଙ୍କ ଉଆସ) କପିଳାସ ବୋଲି କୁହାଯାଏ । ଆହୁରି ମଧ୍ୟ ତ୍ରେତୟା ଯୁଗ ବେଳେ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ତ୍ୟାଗ କରିବା ପରେ ବାଲ୍ମୀକି ଆଶ୍ରମରେ ଲବ ଓ କୁଶଙ୍କ ସହ ରହୁଥିବା ସ୍ଥାନ ମଧ୍ୟ ଏଠାରେ ରହିଛି ବୋଲି ବିଶ୍ୱାସ କରାଯାଉଛି। କିମ୍ବଦନ୍ତୀ କୁହେ ମୟୁରଭଞ୍ଜର ରାଜା ପ୍ରତାପଦେବ ଥରେ ଅଜାଣତରେ ବ୍ରହ୍ମହତ୍ୟା ପାପକଲେ, ଏଥିରୁ ମୁକ୍ତି ପାଇବା ପାଇଁ କପିଲାସ ପର୍ବତ ଉପରେ ତପସ୍ୟା କଲେ । ସେଥିପାଇଁ ଏକ ମଣ୍ଡପ ତିଆରି ହୋଇଥିଲା । ଶିବଙ୍କୁ ସନ୍ତୁଷ୍ଟ କରିବାକୁ ଶିଖରେଶ୍ୱରଙ୍କ ଶରଣାଗତ ହୋଇଥିଲେ । ତପସ୍ୟା ପୀଠ ନିକଟରେ ପର୍ବତର ଶିଖରଦେଶରେ ଏକ ପଥର ଅଛି, ଯାହା ଉପରେ ଆଘାତକଲେ ଭିତରଟି ଫମ୍ପା ଥିବା ପରି ଶବ୍ଦ ଶୁଣାଯାଏ ।
ଏଠାକୁ ଯେକୌଣସି ସମୟରେ ଯିବାର ଅସୁବିଧା ନଥିଲେ ମଧ୍ୟ କାର୍ତ୍ତିକ ମାସ ଓ ଶ୍ରାବଣ ମାସ ବୁଲିବାର ପ୍ରକୃଷ୍ଟ ସମୟ । ମେଘୁଆ ପାଗ ତଥା ଶୀତ ଦିନେ କପିଳାସ ହିମାଳୟ ପାର୍ବତ୍ୟାଞ୍ଚଳର ଭ୍ରମ ସୃଷ୍ଟି କରେ।
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
Next Articleଆଜିଠୁ ଧର୍ମଶାଳାରେ ପଞ୍ଚମ ଟେଷ୍ଟ: ଅଶ୍ୱିନଙ୍କ ୧୦୦ତମ ମ୍ୟାଚକୁ ସ୍ମରଣୀୟ କରିବା ଲକ୍ଷ୍ୟରେ ଭାରତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
