ଓଡ଼ିଶାର ଢେଙ୍କାନାଳ ଠାରେ ରହିଛି ଅଷ୍ଟମ ଶତାବ୍ଦୀରେ ନିର୍ମିତ ଅଷ୍ଟଶମ୍ଭୁ ମନ୍ଦିର
ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡସ୍ଥ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ପ୍ରାଚୀନ ଅଷ୍ଟଶମ୍ଭୁ ପୀଠ ଅବସ୍ଥିତ । ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: ୧) କନକେଶ୍ୱର, ୨) ସ୍ୱପ୍ନେଶ୍ୱର, ୩)ଐଶାନେଶ୍ୱର, ୪)କପିଳେଶ୍ୱର, ୫) ବୈଦ୍ୟନାଥେଶ୍ୱର, ୬)ପଶ୍ଚିମେଶ୍ୱର, ୭)ବାଣେଶ୍ୱର ୮) ଲୋକନାଥେଶ୍ୱର ମୁଖ୍ୟମନ୍ଦିରରେ ଥିବା କନକେଶ୍ୱରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚ। ଲିଙ୍ଗ ଚତୁପାର୍ଶ୍ୱରେ ଥିବା ଶକ୍ତି ନଷ୍ଟ ହୋଇଯାଇଥିବାରୁ ୧୯୮୦ ମସିହାରେ ନୂତନ ଶକ୍ତି ନିର୍ମାଣ କରାଯାଇଥିଲା । ଚୂଡ଼ା ଭାଙ୍ଗିଯାଇଥିବା ମୁଖ୍ୟମନ୍ଦିରର ଉଚ୍ଚତା ପ୍ରାୟ ଅଶି [...]
ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡସ୍ଥ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ପ୍ରାଚୀନ ଅଷ୍ଟଶମ୍ଭୁ ପୀଠ ଅବସ୍ଥିତ ।
ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି:
୧) କନକେଶ୍ୱର,
୨) ସ୍ୱପ୍ନେଶ୍ୱର,
୩)ଐଶାନେଶ୍ୱର,
୪)କପିଳେଶ୍ୱର,
୫) ବୈଦ୍ୟନାଥେଶ୍ୱର,
୬)ପଶ୍ଚିମେଶ୍ୱର,
୭)ବାଣେଶ୍ୱର
୮) ଲୋକନାଥେଶ୍ୱର
ମୁଖ୍ୟମନ୍ଦିରରେ ଥିବା କନକେଶ୍ୱରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚ। ଲିଙ୍ଗ ଚତୁପାର୍ଶ୍ୱରେ ଥିବା ଶକ୍ତି ନଷ୍ଟ ହୋଇଯାଇଥିବାରୁ ୧୯୮୦ ମସିହାରେ ନୂତନ ଶକ୍ତି ନିର୍ମାଣ କରାଯାଇଥିଲା । ଚୂଡ଼ା ଭାଙ୍ଗିଯାଇଥିବା ମୁଖ୍ୟମନ୍ଦିରର ଉଚ୍ଚତା ପ୍ରାୟ ଅଶି ଫୁଟ । କନକେଶ୍ୱର ମନ୍ଦିରର ଦ୍ୱାରଦେଶରେ ଗଙ୍ଗାଯମୁନା ମୂର୍ତ୍ତି ଓ ପଶ୍ଚିମପାର୍ଶ୍ୱ କାନ୍ଥରେ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି ରହିଛି । ପୀଠର ପୂର୍ବଦିଗରେ ଏକ ସ୍ୱତନ୍ତ୍ର ଆସ୍ଥାନରେ ଦଶଭୁଜା ମହିଷମର୍ଦ୍ଦିନୀ ଦୁର୍ଗା ବିରାଜିତ। ଏହି ଦେବୀ କନକେଶ୍ୱରୀ ବା କନକଦୁର୍ଗା ଭାବେ ପରିଚିତ । ଆଠଟି ଯାକ ଶିବମନ୍ଦିର ଓ କନକଦୁର୍ଗା ମନ୍ଦିର ଗୋଟିଏ ପ୍ରସ୍ତର ଚଟାଣ ଉପରେ ଅବସ୍ଥିତ ଥିଲା ।
ଇତିହାସ କୁହେ କୁଆଳୋର ପ୍ରାଚୀନ ନାମ କୋଦାଳକ ନଗରୀ । ଏହା ଶୁଳକୀ ବଂଶୀ ରାଜାମାନଙ୍କର ରାଜଧାନୀ ଥିଲା । ଓଡ଼ିଶାରେ ଭୌମକରମାନେ ରାଜତ୍ୱ କରୁଥିବା ସମୟରେ ଶୁଳ୍କୀମାନେ ସେମାନଙ୍କ ଅଧୀନରେ ସାମନ୍ତ ରାଜା ଭାବରେ କୋଦାଳକ ମଣ୍ଡଳରେ ରାଜତ୍ୱ କରୁଥିଲେ । ଶୈବଭକ୍ତ ଶୁଳ୍କୀମାନେ ଆଠଗୋଟି ଶିବମନ୍ଦିର କୋଦାଳକ ନଗରୀରେ ନିର୍ମାଣ କରିଥିଲେ। ଏହା ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ ।
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
