ଲକ୍ଷ୍ମୀପୁର ହିଂସା ମାମଲା: ପଞ୍ଜାବ-ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି କରିବେ ତଦନ୍ତର ତଦାରଖ | News Room Odisha

ଲକ୍ଷ୍ମୀପୁର ହିଂସା ମାମଲା: ପଞ୍ଜାବ-ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି କରିବେ ତଦନ୍ତର ତଦାରଖ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ପୁଣିଥରେ ଏକ ଏସଆଇଟି ଗଠନ କରିଛନ୍ତି। ଯାଞ୍ଚ୍ ର ତଦାରଖ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ପଞ୍ଜାବ-ହରିୟାଣା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରାକେଶ କୁମାର ଜୈନଙ୍କୁ ନିଯୁକ୍ତି ଦିଆଯାଇଛି। ସୁପ୍ରିମକୋର୍ଟ ମଧ୍ୟ ଏସଆଇଟିରେ ଜଣେ ମହିଳାଙ୍କ ସମେତ ତିନିଜଣ ବରିଷ୍ଠ ଆଇପିଏସ୍ ନିଯୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧିକାରୀମାନେ ହେଲେ ଶିରୋଦକର, ପ୍ରୀତିନ୍ଦର ସିଂ ଏବଂ ପଦ୍ମଜା ଚୌହାନ। ଜଷ୍ଟିସ ଜୈନ ଏହି ମାମଲାର ନିରପେକ୍ଷ ତଦନ୍ତ ସୁନିଶ୍ଚିତ କରିବେ ବୋଲି କୋର୍ଟ କହିଛନ୍ତି। ଏସଆଇଟି ତଦନ୍ତ ଶେଷ କରି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପରେ ସୁପ୍ରିମକୋର୍ଟ ପୁଣିଥରେ ଏହି ମାମଲାର ଶୁଣାଣି କରିବେ।

ଏହାପୂର୍ବରୁ ସୋମବାର ଉତ୍ତରପ୍ରଦେଶ ସରକାର ଏହି ମାମଲାରେ ରାଜ୍ୟ ଏସଆଇଟି ଦ୍ବାରା ଯାଞ୍ଚର ତଦାରଖ କରିବା ପାଇଁ ସୁପ୍ରିମକୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତି ପ୍ରସ୍ତାବରେ ରାଜି ହୋଇଥିଲେ। ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରୀ ଘଟିଥିବା ହିଂସାରେ ୪ ଜଣ ଚାଷୀଙ୍କ ସମେତ ଆଠ ଜଣଙ୍କର ମୃତ୍ୟୁ ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ହେଉଛନ୍ତି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ।

Lakhimpur Kheri Violence