ନିଜ ବନ୍ଧୁକ ଗୁଳି ଫୁଟି ଗାଙ୍ଗପୁର ଥାନାଧିକାରୀଙ୍କ ମୃତ୍ୟୁ | News Room Odisha

ନିଜ ବନ୍ଧୁକ ଗୁଳି ଫୁଟି ଗାଙ୍ଗପୁର ଥାନାଧିକାରୀଙ୍କ ମୃତ୍ୟୁ

ଭଞ୍ଜନଗର: ଶୁକ୍ରବାର ମଧ୍ୟାହ୍ନରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନାରେ ଅଘଟଣ ଘଟିଛି। ନିଜେ ରଖିଥିବା ବନ୍ଧୁକରୁ ଅଘଟଣବଶତଃ ଗୁଳି ଫୁଟି ଗାଙ୍ଗପୁର ଥାନାଧିକାରୀ ଦେବ କୁମାର ଗମାଙ୍ଗୋଙ୍କ ମୃତ୍ୟୁ ଘଟିଛି। ଦେବ ଗମାଙ୍ଗୋ ଆଜି ଗାଙ୍ଗପୁର ଥାନା ପରିସରରେ ଅଣ୍ଟାରେ ନିଜ ବନ୍ଧୁକ ରଖୁଥିଲେ। ତେବେ ବନ୍ଧୁକ ନଟ୍ ଲକ୍ ହୋଇନଥିବାରୁ ଅଚାନକ ସେଥିରୁ ଗୁଳି ଫୁଟି ଯାଇଥିଲା। ଗୁଳି ତାଙ୍କ ଅଣ୍ଟାରେ ବାଜି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଆସ୍କା ଡାକ୍ତରଖାନାରେ ନେବା ବାଟରେ ମୃତ୍ୟୁ ଘଟିଥିଲା। ଡାକ୍ତରଖାନାରେ ଦେବଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଗଞ୍ଜାମ ଏସପି ବ୍ରିଜେଶ ରାୟ ଆସ୍କା ଡାକ୍ତରଖାନାରେ ପହଞ୍ଚିଛନ୍ତି। ଦେବଙ୍କ ଗଞ୍ଜାମ ଜିଲ୍ଲାରେ ଏହା ପ୍ରଥମ ପୋଷ୍ଟିଂ ଥିଲା।

ମୃତ ଗାଙ୍ଗପୁର ଥାନାଧିକାରୀ ଗମାଙ୍ଗଙ୍କ ପତ୍ନୀ କିରଣ ମହାନ୍ତି ବର୍ତ୍ତମାନ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ। ତାଙ୍କର ୪ ବର୍ଷର ଗୋଟିଏ ଯାଆଁଳା ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି।

Gangapur Police IIC Dev Kumar GamangoGanjam