ଗୁଜରାଟ: କଂଗ୍ରେସରେ ଯୋଗଦେଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ ବ୍ୟାସ | News Room Odisha

ଗୁଜରାଟ: କଂଗ୍ରେସରେ ଯୋଗଦେଲେ ବରିଷ୍ଠ ବିଜେପି ନେତା ଜୟନାରାୟଣ ବ୍ୟାସ

ଅହମ୍ମଦାବାଦ: ଗୁଜରାଟର ବରିଷ୍ଠ ବିଜେପି ନେତା ତଥା ଚଳିତ ମାସ ଆରମ୍ଭରେ ବିଜେପି ଛାଡିଥିବା ୪ ଥର ବିଧାୟକ ଜୟନାରାୟଣ ବ୍ୟାସ ତାଙ୍କ ପୁଅ ସମୀର ବ୍ୟାସଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।

ଜୟନାରାୟଣ ଏବଂ ତାଙ୍କ ପୁଅ ସମୀରଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଦଳୀୟ ସଦସ୍ୟତା ପ୍ରଦାନ କରିଛନ୍ତି। ଏହି ସମୟରେ ଗୁଜରାଟ କଂଗ୍ରେସ ପ୍ରଭାରୀ ଅଶୋକ ଗେହଲୋଟ୍ ଏବଂ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଲୋକ ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଜୟ ନାରାୟଣ ବ୍ୟାସ ଦୀର୍ଘ ଦିନ ଧରି ବିଜେପି ସହ ଜଡିତ ଥିଲେ। ସେ ଦଳରେ ଅନେକ ଉତ୍ଥାନ-ପତନ ମଧ୍ୟ ଦେଖିଥିଲେ। ଯେତେବେଳେ କେଶୁଭାଇ ପଟେଲ ଏବଂ ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ, ଜୟ ନାରାୟଣ ବ୍ୟାସ ଉଭୟ ସରକାରରେ ମନ୍ତ୍ରୀ ଥିଲେ। ୨୦୧୭ ବିଧାନସଭା ନିର୍ବାଚନରେ ​​ବିଜେପି ତାଙ୍କୁ ଟିକେଟ୍ ଦେଇନଥିଲେ । ତେଣୁ ସେ ଦଳ ଉପରେ ଅସନ୍ତୁଷ୍ଟ ଥିଲେ ।