ओडिया समाचारଇଡି ଟିମ୍ ଉପରେ ଆକ୍ରମଣ ମାମଲା: ଫେରାର ଟିଏମସି ନେତାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍
ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଚଢ଼ାଉ ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି ହୋଇଛି। ଶୁକ୍ରବାର ରାସନ୍ ଦୁର୍ନୀତି ମାମଲାରେ ତାଙ୍କ ଘରେ ଚଢାଉ କରିବାକୁ ଯାଇଥିବା ବେଳେ ଇଡି ଟିମ୍ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଅନେକ ଅଧିକାରୀ ଆହତ ହୋଇଥିଲେ। ଏହି ଘଟଣା ପରଠାରୁ ଶାହାଜାହାନ ଶେଖ୍ ଫେରାର ଅଛନ୍ତି । ଶାହାଜାହାନ ଶେଖଙ୍କ [...]
ଘୋଡ଼ାହାଡ଼ରେ କୁମ୍ଭୀର ଗଣନା ଆରମ୍ଭ

ओडिया समाचारଘୋଡ଼ାହାଡ଼ରେ କୁମ୍ଭୀର ଗଣନା ଆରମ୍ଭ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଘୋଡ଼ାହାଡ଼ ଡ୍ୟାମ ଓ ନିକଟସ୍ଥ ଅଞ୍ଚଳରେ ଶନିବାରରୁ କୁମ୍ଭୀର ଗଣନା ଆରମ୍ଭ ହୋଇଛି। ଏହି ଜଳଭଣ୍ଡାର ଓ ଆଖପାଖ ନିର୍ଦ୍ଦିଷ୍ଟ ଗ୍ରାମର ବିରାଟକାୟ ଜଳାଶୟରେ ମଗର ପ୍ରଜାତିର କୁମ୍ଭୀର ରହି ଆସୁଛନ୍ତି। ବର୍ଷକୁ ବର୍ଷ ଏମାନଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି। ୨୦୨୦ରେ ୬୫, ୨୦୨୧ରେ ୭୨, ୨୦୨୨ରେ ୭୬ଟି ଓ ଗତବର୍ଷ ୮୧ଟି କୁମ୍ଭୀର ଗଣନା କରାଯାଇଥିଲା। ୨୦୨୩ କୁମ୍ଭୀର ଗଣନା ବେଳେ ଡ୍ୟାମ୍ ମଧ୍ୟରେ ୬୪ଟି ଓ [...]
ओडिया समाचारବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ
ବଲାଙ୍ଗିର : ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ପଞ୍ଜୀକରଣ ନିମନ୍ତେ ସଚେତନତା କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଚଞ୍ଚଳ ରାଣା ୩ ଟି ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ୩ଟି ଉପଖଣ୍ଡ ଅନ୍ତର୍ଗତ ସମସ୍ତ ଗ୍ରାମପଞ୍ଚାୟତକୁ ଯାଇ ଏହି ରଥ ନୂଆ ବିଏସକେୱାଇ ନବୀନ କାର୍ଡ ଉପରେ ଲୋକଙ୍କୁ ସଚେତନ କରିବା ସହ ହିତାଧିକାରୀମାନେ କିପରି ପଞ୍ଜୀକରଣ କରିବେ ସେ ବିଷୟରେ ସଚେତନ କରିବ । ଏହି [...]
ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ-ଏଲ୍୧

ओडिया समाचारନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ-ଏଲ୍୧
ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ- ଏଲ୍୧’ ୧୧୦ ଦିନର ଯାତ୍ରା ପରେ ଶନିବାର ଏହାର ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ଲାଗ୍ରେଞ୍ଜ ପଏଣ୍ଟ (ଏଲ୍୧)ରେ ପହଞ୍ଚିଛି। ଇସ୍ରୋ ‘ଏକ୍ସ’ରେ ଏନେଇ ସୂଚନା ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆଦିତ୍ୟ- ଏଲ୍୧’ ସଫଳତାର ସହ ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନେଇ ଉଲ୍ଲସିତ ହୋଇଛନ୍ତି । ଏହା ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ‘ଆଦିତ୍ୟ- ଏଲ୍୧’ ଯେଉଁ [...]
ओडिया समाचार୨୦ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ
କେନ୍ଦୁଝର – ଭିଜିଲାନ୍ସ ଜାଲରେ ଫସିଲେ ବିଲେଇପଦା ରାଜସ୍ୱ ନିରୀକ୍ଷକ। ଜମି ମ୍ୟୁଟେସନ ପାଇଁ ୨୦ ହଜାର ଲାଞ୍ଚ ନେବାବେଳେ ଆରଆଇ ମୀର ମହମ୍ମଦ ଖାନଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କର ସରକାରୀ ବାସଭବନ ସମେତ ୩ଟି ସ୍ଥାନରେ ଚଢାଉ କରିଛି। ତେଲକୋଇର ପୈତୃକ ବାସଭବନ ସମେତ ତିନିଟି ସ୍ଥାନରେ ଚଢ଼ାଉ ହେଉଥିବା ଭିଜିଲାନ୍ସ କହିଛି। ଦେଓଝର ଗ୍ରାମର ଧ୍ରୁବରାଜ ହେମ୍ବ୍ରମଙ୍କ ଜମି ମ୍ୟୁଟେସନ କାମ କରିବା ନିମନ୍ତେ [...]
ବିଦାୟୀ ଟେଷ୍ଟରେ ଓ୍ବାର୍ଣ୍ଣରଙ୍କ କମାଲ, ପାକିସ୍ତାନ ବିପକ୍ଷ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କଲା ଅଷ୍ଟ୍ରେଲିଆ

ओडिया समाचारବିଦାୟୀ ଟେଷ୍ଟରେ ଓ୍ବାର୍ଣ୍ଣରଙ୍କ କମାଲ, ପାକିସ୍ତାନ ବିପକ୍ଷ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କଲା ଅଷ୍ଟ୍ରେଲିଆ
ସିଡନୀ: କ୍ୟାରିୟରର ଶେଷ ଟେଷ୍ଟ ଇନିଂସରେ କମାଲ କରିଛନ୍ତିି ଡେଭିଡ୍ ଓ୍ବାର୍ଣ୍ଣର। ଏହି ଷ୍ଟାର ଅଷ୍ଟ୍ରେଲୀୟ ବ୍ୟାଟର୍ ଏଠାରେ ପାକିସ୍ତାନ ବିପକ୍ଷ ନିଜ ବିଦାୟୀ ଟେଷ୍ଟର ଦ୍ବିତୀୟ ଇନିଂସରେ ଅର୍ଦ୍ଧଶତକ ପାଳି ସହ ନିଜ ଦଳକୁ ଜିତାଇଛନ୍ତି । ୱାର୍ଣ୍ଣର ୫୭ ରନର ଦ୍ରୁତ ଇନିଂସ ଖେଳିଥିବା ବେଳେ ଅଷ୍ଟ୍ରେଲିଆ ୧୩୦ ରନର ଟାର୍ଗେଟକୁ ସହଜରେ ହାସଲ କରି ପାକିସ୍ତାନକୁ ୮ ୱିକେଟରେ ହରାଇଛି । ଏଥିସହ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ଟେଷ୍ଟ ସିରିଜକୁ ୩-୦ରେ [...]
ଫିନୋ ବ୍ୟାଙ୍କ୍ ନାଁରେ ଠକେଇ, ବ୍ରହ୍ମପୁରରେ ୨ ଗିରଫ

ओडिया समाचारଫିନୋ ବ୍ୟାଙ୍କ୍ ନାଁରେ ଠକେଇ, ବ୍ରହ୍ମପୁରରେ ୨ ଗିରଫ
ବ୍ରହ୍ମପୁର: ଟାଉନ୍ ଥାନା ପୋଲିସ ଏକ ଠକେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପୁରୁଷୋତ୍ତମପୁର ଅମୁଣିଆ ସାହିର ରବି ନାରାୟଣ ମହାରଣା (୨୭) ଓ ବ୍ରହ୍ମପୁର ବଡ଼ବଜାର ଥାନା ପ୍ରେମନଗର ୫ମ ଗଳିର ରିଙ୍କୁ ପାତ୍ର (ଡକି, ୪୨)। ସେମାନେ ଫିନୋ ବ୍ୟାଙ୍କରେ ଚାକିରି କରାଇଦେବା ଆଳରେ ବହୁ ଲୋକଙ୍କ ଠାରୁ ୨୫୦୦୦ରୁ ୨୭୦୦୦ ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ଠାରୁ ୨ଟି ଅଫର୍ ଲେଟର୍ ଗୋଟିଏ ଲେଖାଏଁ [...]
ଇଡି ଟିମ୍ ଉପରେ ଆକ୍ରମଣ ପରେ ତେଜିଲା ରାଜନୀତି, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି କଲେ ବିଜେପି, କଂଗ୍ରେସ

ओडिया समाचारଇଡି ଟିମ୍ ଉପରେ ଆକ୍ରମଣ ପରେ ତେଜିଲା ରାଜନୀତି, ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ ପାଇଁ ଦାବି କଲେ ବିଜେପି, କଂଗ୍ରେସ
କୋଲକାତା: ରାସନ୍ ଦୁର୍ନୀତି ମାମଲାରେ ଶାସକ ତୃଣମୂଳ କଂଗ୍ରେସର ଜଣେ ନେତାଙ୍କ ଘରେ ଚଢ଼ାଉ ବେଳେ ଇଡି ଟିମ୍ ଉପରେ ଆକ୍ରମଣ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ହୋଇଉଠିଛି । ଆକ୍ରମଣରେ ତିନିଜଣ ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ କରିଥିବା ଲୋକ ଟିଏମସି ସମର୍ଥକ ବୋଲି କୁହାଯାଉଛି। ସେମାନେ ଇଡି ଅଧିକାରୀଙ୍କ ମୋବାଇଲ୍ ଫୋନ୍, ଲାପଟପ୍, ନଗଦ ଟଙ୍କା ଏବଂ ୱାଲେଟ୍ ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ତିନୋଟି ଏଫ୍ଆଇଆର୍ ରୁଜୁ [...]
ओडिया समाचारହାଇଟେକ୍ ବିସ୍ଫୋରଣ : ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତି ଆଖି ବୁଜିଲେ
ଭୁବନେଶ୍ୱର – ହାଇଟେକ୍ ମେଡିକାଲରେ ବିସ୍ଫୋରଣ ଘଟଣା। ଚାଲିଗଲା ଆଉ ଜଣଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ଗୁରୁତର ଆହତଙ୍କ ମୃତ୍ୟୁ ହୋଇଛି। ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି। ଗତମାସ ୨୯ ତାରିଖରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣରେ ଦିଲ୍ଲୀପ ସାମନ୍ତରାୟ, ସୀମାଞ୍ଚଳ ବିଶ୍ୱାଳ, ଶ୍ରୀତମ ସାହୁ, ଜ୍ୟୋତି ରଞ୍ଜନ ମଲ୍ଲିକ ଗୁରୁତର ହୋଇଥିଲେ। ପରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦୁଇ ଜଣ ଦିଲ୍ଲୀପ [...]
ଡ଼୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ

ओडिया समाचारଡ଼୍ରାଇଭରଙ୍କ ଷ୍ଟିୟରିଂ ଛାଡ ଆନ୍ଦୋଳନ
ଭୁବନେଶ୍ୱର – କେନ୍ଦ୍ର ସରକାରଙ୍କ ବିବାଦୀୟ ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଆଜି ରାଜ୍ୟରେ ଷ୍ଟିୟରିଂ ଛାଡ ଆନ୍ଦୋଳନ କରୁଛି ଡ୍ରାଇଭର ସଂଘ । ଏହାର ପ୍ରଭାବ ଦେଖିବାକୁ ମିଳିଛି । କଟକରେ ବସ୍ ଚଳାଚଳ ବନ୍ଦ ରହିଛି। ନେତାଜୀ ବସ୍ ଟର୍ମିନାଲରୁ ବସ୍ ଚଳାଚଳ କରୁନାହିଁ। କେବଳ ମୋ ବସ୍ ଓ ସରକାରୀ ବସ୍ ହିଁ ଚାଲୁଛି । ବସ୍ ଚଳାଚଳ ବନ୍ଦ ଯୋଗୁଁ ଅପେକ୍ଷାରତ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି ।
