କରୋନା ଅପଡେଟ୍: ଦେଶରେ ୧,୦୦୭ ନୂଆ ସଂକ୍ରମିତ ଚିହ୍ନଟ, ସକ୍ରିୟ ମାମଲା ପୁଣି ବଢ଼ିଲା | News Room Odisha

କରୋନା ଅପଡେଟ୍: ଦେଶରେ ୧,୦୦୭ ନୂଆ ସଂକ୍ରମିତ ଚିହ୍ନଟ, ସକ୍ରିୟ ମାମଲା ପୁଣି ବଢ଼ିଲା

ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ୧,୦୦୭ ଟି କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ଏପର୍ଯ୍ୟନ୍ତ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୦,୩୯,୦୨୩ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୦୫୮ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଗୁରୁବାର ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ କେବଳ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । କରୋନା ଜନିତ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫,୨୧,୭୩୭ କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୦୩ ପ୍ରତିଶତ ହୋଇଥିବାବେଳେ କୋଭିଡ -୧୯ ରୁ ଜାତୀୟ ସୁସ୍ଥତା ହାର ୯୮.୭୬ ପ୍ରତିଶତ ରହିଛି।

ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୧୮୮ ର ବୃଦ୍ଧି ପଞ୍ଜିକୃତ ହୋଇଛି।

COVID-19