କରୋନା ଅପଡେଟ୍: ଦେଶରେ ଆଉ ୧୯୩୮ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୧୯୩୮ ନୂଆ ମାମଲା

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ମାମଲାରେ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୧୯୩୮ ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୬୭ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୧୭୭୮ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୬୨ ଜଣଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୩୦ ଲକ୍ଷ ୧୪ ହଜାର ୬୮୭ ଟି କରୋନା ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦେଶରେ ୨୫୩୧ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଯାହା ପରେ ସକ୍ରିୟ ମାମଲା ସଂଖ୍ୟା ୨୨ ହଜାର ୪୨୭ କୁ ହ୍ରାସ ପାଇଛି। ଏଥି ସହିତ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୧୬ ହଜାର ୬୭୨ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୪ କୋଟି ୨୪ ଲକ୍ଷ ୭୫ ହଜାର ୫୮୮ ଲୋକ ସୁସ୍ଥ ହୋଇଛନ୍ତି।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୮୨ କୋଟିରୁ ଅଧିକ ଡୋଜ୍ କରୋନା ଟିକା ଦିଆଯାଇଛି। ଗତକାଲି ଆଉ ୩୧ ଲକ୍ଷ ୮୧ ହଜାର ୮୦୯ ଡୋଜ ଦିଆଯାଇଥିଲା ।ଏପର୍ଯ୍ୟନ୍ତ ମୋଟ ୧୮୨ କୋଟି ୨୩ ଲକ୍ଷ ୩୦ ହଜାର ୩୫୬ ଡୋଜ ଟିକା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଅନ୍ୟ ରୋଗରେ ପୀଡିତ ୨ କୋଟିରୁ ଅଧିକ (୨,୨୧,୨୧,୮୧୬) ବୁଷ୍ଟର ଡୋଜ୍ ଦିଆଯାଇଛି। ଦେଶରେ କୋଭିଡ ବିରୋଧୀ ଟୀକାକରଣ ଅଭିଯାନ ଜାନୁୟାରୀ ୧୬, ୨୦୨୧ ରୁ ଆରମ୍ଭ ହୋଇଥିଲା ।