ପୁଣି କାୟା ମେଲାଉଛି କରୋନା, ୬ ମାସ ପରେ ଦୈନିକ ମାମଲା ୩୦୦୦ ପାର | News Room Odisha

ପୁଣି କାୟା ମେଲାଉଛି କରୋନା, ୬ ମାସ ପରେ ଦୈନିକ ମାମଲା ୩୦୦୦ ପାର

ନୂଆଦିଲ୍ଲୀ:କରୋନା ପୁଣି ଭାରତରେ କାୟା ମେଲାଇବା ଆରମ୍ଭ କଲାଣି। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ମାମଲାରେ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ଦିନକରେ ଆଉ ୩,୦୧୬ ନୂଆ ମାମଲା ଆସିଛି, ଯାହାକି ୬ ମାସରେ ସର୍ବାଧିକ । ଏହା ପୂର୍ବରୁ ଗତ ବର୍ଷ ଅକ୍ଟୋବର ୨ ତାରିଖରେ ୩,୩୭୫ ମାମଲା ରିପୋର୍ଟ ହୋଇଥିଲା।

ବର୍ତ୍ତମାନ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୪,୭୧୨,୬୯୨କୁ ବୃଦ୍ଧି ପାଇଛି। ଏଥି ସହିତ ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୩,୫୦୯କୁ ବୃଦ୍ଧି ପାଇଛି।

ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ତଥ୍ୟ ଅନୁଯାୟୀ, ଭାରତରେ ଦୈନିକ ସଂକ୍ରମଣ ହାର ୨.୭୩ ପ୍ରତିଶତ ଏବଂ ସାପ୍ତାହିକ ହାର ୧.୭୧ ପ୍ରତିଶତ ।

ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩,୫୦୯କୁ ବୃଦ୍ଧି ପାଇଛି, ଯାହା ମୋଟ ରୋଗର ୦.୦୩ ପ୍ରତିଶତ। ଜାତୀୟ ସୁସ୍ଥତା ହାର ହେଉଛି ୯୮.୭୮ ପ୍ରତିଶତ । ଏପର୍ଯ୍ୟନ୍ତ ମୋଟ ୪,୪୧,୬୮,୩୨୧ ଲୋକ କରୋନାକୁ ମାତ୍ ଦେଇଛନ୍ତି । ଦେଶରେ କୋଭିଡ-୧୯ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି।