କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆସିଲା ୭୦୨ ନୂଆ ମାମଲା, ୬ ଜଣଙ୍କ ମୃତ୍ୟୁ | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆସିଲା ୭୦୨ ନୂଆ ମାମଲା, ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଥଣ୍ଡା ବଢ଼ିବା ସହ କରୋନା ମାମଲା ମଧ୍ୟ ବଢ଼ିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୦୨ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ସକ୍ରିୟ ମାମଲା ୪୦୯୭କୁ ବୃଦ୍ଧି ପାଇଛି | କୋଭିଡ୍-୧୯ ଯୋଗୁଁ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦିଲ୍ଲୀ, କର୍ଣ୍ଣାଟକ, କେରଳ ଏବଂ ପଶ୍ଚିମବଙ୍ଗରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି।

ଗତକାଲି କୋଭିଡର ୫୨୯ ମାମଲା ଆସିଥିଲା ଓ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଆଜି ଉଭୟ ନୂଆ ମାମଲା ଓ ମୃତ୍ୟୁରେ ବୃଦ୍ଧି ଘଟିଛି ।

ଅନ୍ୟପକ୍ଷରେ କରୋନାର ନୂଆ ସବ୍-ଭାରିଆଣ୍ଟ ଜେଏନ୍.୧ର ଏପର୍ଯ୍ୟନ୍ତ ୧୧୦ଟି ନୂଆ ମାମଲା ରିପୋର୍ଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଏଥିମଧ୍ୟରୁ ଗୁଜୁରାଟରେ ସର୍ବାଧିକ ସଂଖ୍ୟକ ଜେଏନ୍.୧ ମାମଲା ମିଳିଛି। ଗୁଜୁରାଟରେ ୩୬, କର୍ଣ୍ଣାଟକରେ ୩୪, ଗୋଆରେ ୧୪, ମହାରାଷ୍ଟ୍ରରେ ୯, କେରଳରେ ୬, ରାଜସ୍ଥାନରେ ୪, ତାମିଲନାଡୁରେ ୪, ତେଲେଙ୍ଗାନାରେ ୩ ଏବଂ ଦିଲ୍ଲୀରେ ଜେଏନ୍.୧ର ଗୋଟିଏ ମାମଲା ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଆଗାମୀ ଦିନରେ କରୋନା ଓ ଏହାର ସବ୍ ଭାରିଆଣ୍ଟ୍ ମାମଲା ଆହୁରି ବଢ଼ିପାରେ ।