କରୋନା ଅପଡେଟ୍: ଦେଶରେ ଆଉ ୧୨,୪୨୮ ଆକ୍ରାନ୍ତ ଚିହ୍ନଟ, ୮ ମାସରେ ସର୍ବନିମ୍ନ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୧୨,୪୨୮ ଆକ୍ରାନ୍ତ ଚିହ୍ନଟ, ୮ ମାସରେ ସର୍ବନିମ୍ନ

ନୂଆଦିଲ୍ଲୀ: ସାରା ଦେଶରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଉଛି। ଆଠ ମାସ ପରେ ଦେଶରେ ସର୍ବନିମ୍ନ ସଂଖ୍ୟକ କରୋନା ମାମଲା ରିପୋର୍ଟ ହୋଇଛି | ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଆଉ ୧୨,୪୨୮ ନୂଆ ମାମଲା ଚିହ୍ନଟ ହୋଇଛି । ଦିନକରେ ଆଉ ୩୫୬ ଲୋକ ଏହି ରୋଗରେ ପ୍ରାଣ ହରାଇଛନ୍ତି। ଆଉ ୧୫,୯୫୧ ଜଣ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଯଦ୍ୱାରା ୩୮୭୯ ସକ୍ରିୟ ମାମଲା ହ୍ରାସ ପାଇଛି |

କରୋନା ମହାମାରୀ ଆରମ୍ଭରୁ ଏଯାବତ୍ ଦେଶରେ ମୋଟ ତିନି କୋଟି ୪୨ ଲକ୍ଷ ୨ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୪ ଲକ୍ଷ ୫୫ ହଜାର ୬୮ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୩୫ ଲକ୍ଷ ୮୩ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷରୁ କମ୍ ରହିଛି। ସମୁଦାୟ ୧ ଲକ୍ଷ ୬୩ ହଜାର ୮୧୬ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅକ୍ଟୋବର ୨୫ ସୁଦ୍ଧା ସାରା ଦେଶରେ ୧୦୨ କୋଟି ୯୪ ଲକ୍ଷ ୧ ହଜାର ଡୋଜ୍ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୬୪.୭୫ ଲକ୍ଷ ଟିକା ଦିଆଯାଇଛି। ଅନ୍ୟପକ୍ଷରେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୬୦ କୋଟି କରୋନା ପରୀକ୍ଷା କରାଯାଇଛି। ଦିନକରେ ଦେଶରେ ଆଉ ୧୧.୩୧ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୨ ପ୍ରତିଶତରୁ କମ୍ ରହିଛି |

COVID-19