ଲଦ୍ଦାଖରେ ଅନୁପ୍ରବେଶ ପାଇଁ ଚୀନ ସେନାର ଆଉ ଏକ ଉଦ୍ୟମ ପଣ୍ଡ କଲେ ଭାରତୀୟ ସେନା, ଉତେଜନା ହ୍ରାସ ପାଇଁ ବୈଠକ ବିଫଳ | News Room Odisha

ଲଦ୍ଦାଖରେ ଅନୁପ୍ରବେଶ ପାଇଁ ଚୀନ ସେନାର ଆଉ ଏକ ଉଦ୍ୟମ ପଣ୍ଡ କଲେ ଭାରତୀୟ ସେନା, ଉତେଜନା ହ୍ରାସ ପାଇଁ ବୈଠକ ବିଫଳ

ନୂଆଦିଲ୍ଲୀ : ଲଦ୍ଦାଖରେ ଚୀନ୍‌ର ଉତ୍ପାତ ଜାରି ରହିଛି । ପୁଣି ଥରେ ଭାରତୀୟ ଅଂଚଳକୁ ଅନୁପ୍ରବେଶ କରିବା ପାଇଁ  ଆଉ ଏକ ଉଦ୍ୟମ କରିଛି ଚୀନ୍ ସେନା । କିନ୍ତୁ ଭାରତୀୟ ସେନା ଏହି ଉଦ୍ୟମ ପଣ୍ଡ କରିଦେଇଛନ୍ତି । ଫଳରେ ପଛକୁ ହଟିଛି ଚୀନ୍ ସେନା । ଲଦ୍ଦାଖର ଚୁସୁଲ ପ୍ୟାଙ୍ଗୋଙ୍ଗ୍ ତ୍ସୋ ହ୍ରଦ ନିକଟରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଜାରିରହିଛି ।

ଚୁସୁଲରେ ଦୁଇ ଦେଶ ମଧ୍ୟରେ ବ୍ରିଗେଡ କମାଣ୍ଡରସ୍ତରୀୟ ବୈଠକ ଓ ମୋଲ୍ଡରେ ଫ୍ଲାଗ୍ ମିିଟିଂ  ଚାଲିଥିବା ବେଳେ ଚୀନ୍ ସେନା ପକ୍ଷରୁ ପୁଣି ଥରେ ଅନୁପ୍ରବେଶ ପାଇଁ ଉଦ୍ୟମ ହୋଇଥିଲା । ଏଠାରେ ଟ୍ୟାଙ୍କ ଓ  ଅନ୍ୟାନ୍ୟ ଭାରୀ ଅସ୍ତ୍ରଶସ୍ତ୍ର ସହ ଦୁଇ ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଉତେଜନା ହ୍ରାସ ପାଇଁ ଘଂଟା ଘଂଟା ଧରି ଚାଲିଥିବା ବୈଠକରୁ କୌଣସି ସୁଫଳ ମିଳିନାହିଁ ।

ଅଗଷ୍ଟ ୨୯-୩୦ ରାତିରେ ଚୀନ୍ ସେନାର ଅନୁ୍‌ପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେବାପରଠାରୁ ଚୀନ୍ ଚିନ୍ତାରେ ପଡିଛି । ଭାରତୀୟ ସେନା ସେହିଦିନ ଚୀନ ସେନାର ଅନୁପ୍ରବେଶକୁ ରୋକିବାରେ ସଫଳ ହେବା ସହ ପ୍ୟାଙ୍ଗୋଙ୍ଗ୍ ତ୍ସୋ ହ୍ରଦର ଦକ୍ଷିଣ ପାଶ୍ୱ ର୍ରେ ଥିବା ଉଚ୍ଚସ୍ଥାନ ଉପରେ ବି କବଜା କରିଥିଲା । ଏହି ସ୍ଥାନ ରଣନୀତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂଣ୍ଣ ର୍ ମନେ କରାଯାଏ ।