ଆସନ୍ତା ମାସରୁ ଉପଲବ୍ଧ ହେବ ଜନସନ୍ ଆଣ୍ଡ ଜନସନର ସିଙ୍ଗଲ୍ ଡୋଜ୍ କରୋନା ଟିକା | News Room Odisha

ଆସନ୍ତା ମାସରୁ ଉପଲବ୍ଧ ହେବ ଜନସନ୍ ଆଣ୍ଡ ଜନସନର ସିଙ୍ଗଲ୍ ଡୋଜ୍ କରୋନା ଟିକା

ନୂଆଦିଲ୍ଲୀ: ହାଇଦ୍ରାବାଦ ଭିତ୍ତିକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ବାୟୋଲୋଜିକାଲ୍ ଇ ଲିମିଟେଡ୍ ଦ୍ୱାରା ନିର୍ମିତ ଜନସନ ଆଣ୍ଡ ଜନସନ କମ୍ପାନୀର ସିଙ୍ଗଲ୍-ସଟ କୋଭିଡ ଟିକା ଆସନ୍ତା ମାସ ଅକ୍ଟୋବର ସୁଦ୍ଧା ଭାରତୀୟ ବଜାରକୁ ଆସିପାରେ। ଅଗଷ୍ଟ ଆରମ୍ଭରେ ଜନସନ ଆଣ୍ଡ ଜନସନର କରୋନା ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ଅନୁମତି ଦିଆଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ଜନସନ ଆଣ୍ଡ ଜନସନ୍ ଟିକାର ସୁରକ୍ଷା ଏବଂ ଗୁଣବତ୍ତା ପରୀକ୍ଷା କରାଯାଉଛି। ଯଦି ସବୁକିଛି ଠିକଠାକ୍ ହୁଏ, ତେବେ ଟିକା ଆସନ୍ତା ମାସ ସୁଦ୍ଧା ଉପଲବ୍ଧ ହେବାର ସମ୍ଭାବନା ଅଛି | କିଛି ଔପଚାରିକତା ପୂରଣ କରିବାକୁ ବାକି ଅଛି |

ଆମେରିକୀୟ କମ୍ପାନୀ ଜନସନ ଆଣ୍ଡ ଜନସନ୍ କରୋନା ଟିକା ହେଉଛି ସିଙ୍ଗଲ୍ ଡୋଜ୍ ଟିକା | ଏହି ସିଙ୍ଗଲ୍-ଡୋଜ୍ କୋଭିଡ୍ ଟିକା ଗୁରୁତର ମାମଲାରେ ୮୫ ପ୍ରତିଶତ ପ୍ରଭାବୀ ବୋଲି କ୍କିନିକାଲ୍ ଟ୍ରାଏଲରୁ ପ୍ରମାଣିତ ହୋଇଛି | ଏହି ଟିକା ଦୁଇ ବର୍ଷ ପାଇଁ -୪ ° ଫାରେନହାଇଟ୍ (୨୦ ସେଲସିୟସ୍) ଏବଂ ସର୍ବାଧିକ ୪.୫ ମାସ ପାଇଁ ନିୟମିତ ତାପମାତ୍ରାରେ ୨ ରୁ ୮° ସେଲସିୟସ୍ ପର୍ଯ୍ୟନ୍ତ ରଖିହେବ ବୋଲି ଆକଳନ କରାଯାଇଛି |