ତୃଣମୂଳ କଂଗ୍ରେସରେ ଯୋଗଦେଲେ ଲିଆଣ୍ଡର୍ ପେସ୍ | News Room Odisha

ତୃଣମୂଳ କଂଗ୍ରେସରେ ଯୋଗଦେଲେ ଲିଆଣ୍ଡର୍ ପେସ୍

ପାଣାଜି: ଭାରତୀୟ ଟେନିସ୍ ଷ୍ଟାର୍ ଲିଆଣ୍ଡର୍ ପେସ୍ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଲିଆଣ୍ଡର ଆଜି ଗୋଆରେ ଟିଏମସିରେ ସାମିଲ ହୋଇଛନ୍ତି । ତୃଣମୂଳ କଂଗ୍ରେସ ତରଫରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି ।

ଅଲିମ୍ପିକ୍ ଗେମ୍ସର ଟେନିସ୍ ସିଙ୍ଗଲ୍ ଇଭେଣ୍ଟରେ ଲିଆଣ୍ଡର୍ ମଧ୍ୟ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ମହେଶ ଭୂପତିଙ୍କ ସହ ଲିଆଣ୍ଡରଙ୍କ ଯୋଡ଼ି ଟେନିସ୍ ଡବଲ୍ସରେ ଦେଶକୁ ଅନେକ ବଡ଼ ସଫଳତା ଆଣିଛନ୍ତି।

ଏହାପୂର୍ବରୁ ଅଭିନେତା ନଫିସା ଅଲ୍ଲୀ ଏବଂ ମୃଣାଳିନୀ ଦେଶପ୍ରଭୂ ମଧ୍ୟ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଥିଲେ।

Leander PaesLeander Paes joins trinamool congressMamata BanerjeeTMC