ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ଫେସବୁକ୍ ପୋଷ୍ଟ ପାଇଁ ମରାଠୀ ଅଭିନେତ୍ରୀ ଗିରଫ | News Room Odisha

ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ଫେସବୁକ୍ ପୋଷ୍ଟ ପାଇଁ ମରାଠୀ ଅଭିନେତ୍ରୀ ଗିରଫ

ମୁମ୍ବାଇ: ଏନସିପି ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଆପତ୍ତିଜନକ ଫେସବୁକ ପୋଷ୍ଟ ପାଇଁ ମରାଠୀ ଅଭିନେତ୍ରୀ କେତକୀ ଚିତଲେ ଗିରଫ ହୋଇଛନ୍ତି । କେତକୀଙ୍କୁ ତାଙ୍କ ଘରୁ ଥାନେ ପୋଲିସ ଗିରଫ କରିଛି।

ଏନସିପି କର୍ମୀମାନେ କେଣକୀଙ୍କ ଉପରକୁ କାଳି ଏବଂ ଅଣ୍ଡାମାଡ଼ କରିଛନ୍ତି । ଏହାସହ ତାଙ୍କୁ ଠେଲାପେଲା କରିବାକୁ ମଧ୍ୟ ଚେଷ୍ଟା କରାଯାଇଥିଲା |

ଅଭିନେତ୍ରୀ କେତକୀ ଚିତଲେଙ୍କ ଫେସବୁକ ପୋଷ୍ଟ ଉପରେ ଏନସିପି କର୍ମୀମାନେ ରାଗିଯାଇ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମହାରାଷ୍ଟ୍ରର ଥାନେ ସହରରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ମରାଠୀରେ ଲେଖାଯାଇଥିବା କେତକୀଙ୍କ ଫେସବୁକ ପୋଷ୍ଟରେ ଏନସିପି ମୁଖିଆ ଶରଦ ପାୱାରଙ୍କ ସିଧାସଳଖ ନାମ ନେଇଥିଲେ ବି “ପାୱାର” ଏବଂ “୮୦ ବର୍ଷ ବୟସ୍କ” ଭଳି କିଛି ଶବ୍ଦ ରହିଛି ।

ଏହି ପୋଷ୍ଟରେ ଶରଦ ପାୱାରଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ରହିଛି । “ତୁମେ ବ୍ରାହ୍ମଣମାନଙ୍କୁ ଘୃଣା କରୁଥିବାରୁ ନର୍କ ତୁମକୁ ଅପେକ୍ଷା କରିଛି” ବୋଲି ଏଥିରେ ଲେଖାଯାଇଛି ।

ଏହି ଫେସବୁକ ପୋଷ୍ଟକୁ ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକରେ ନିନ୍ଦା କରିଛନ୍ତି। ମହାରାଷ୍ଟ୍ରର ସଂସ୍କୃତିରେ ଏଭଳି ଜିନିଷର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି।

ଇତି ମଧ୍ୟରେ ସୋସିଆଲ ମିଡିଆରେ ପାୱାରଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପାଇଁ କିଛି ଏନସିପି ନେତା ବିଜେପି ଏବଂ ଆରଏସଏସକୁ ଦାୟୀ କରିଛନ୍ତି।