ଓଡ଼ିଆମୟୂରଭଞ୍ଜ ସଡକ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ, ମୃତକଙ୍କ ନିକଟ ଆତ୍ମୀୟଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା
ଭୁବନେଶ୍ୱର – ମୟୁରଭଞ୍ଜର ଦ୍ବାରଶୁଣି ଘାଟିରେ ଏକ ସଡକ ଦୁର୍ଘଟଣାରେ ୬ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି | ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ [...]
ଓଡ଼ିଆବାଙ୍ଗିରିପୋଷି ଦୁର୍ଘଟଣାରେ ପ୍ରାଣହାନି ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ
ଭୁବନେଶ୍ୱର – ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।
ଓଡ଼ିଆ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟକା, ଲୋକସଭା ନିର୍ବାଚନ ଏକା ଲଢ଼ିବ ତୃଣମୂଳ କଂଗ୍ରେସ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟକୁ ବଡ଼ ଝଟକା ଲାଗିଛି । ଆଗାମୀ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର ସମସ୍ତ ଆସନରେ ଏକା ଲଢ଼ିବ ବୋଲି ଦଳର ସୁପ୍ରିମୋ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି । ମମତା କହିଛନ୍ତି, ଟିଏମସି ଯେଉଁ ପ୍ରସ୍ତାବ ଦେଇଥିଲା ତାହାକୁ ଖାରଜ କରାଯାଇଛି । ତେଣୁ ତୃଣମୂଳ କଂଗ୍ରେସ ରାଜ୍ୟରେ କୌଣସି ଦଳ ସହ ମେଣ୍ଟ କରିବନି ବରଂ ଏକା ନିର୍ବାଚନ ଲଢ଼ିବ । ମମତା ବାନାର୍ଜୀ [...]
ଓଡ଼ିଆଓଡ଼ିଆ ବିଶ୍ୱବିଦ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ , ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସଂଘର୍ଷ କରିଥିବା ବରପୁତ୍ରମାନଙ୍କୁ କଲେ ସ୍ମରଣ
ଭୁବନେଶ୍ୱର – ଉଦଘାଟିତ ହୋଇଛି ସତ୍ୟବାଦୀ ସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟର ନୂଆ ସୌଧକୁ ଭର୍ଚୁଆଲ ମୋଡରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବା ଓଡିଆ ଭାଷାର ଗାରିମା ସମ୍ପର୍କରେ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଆଦିକବି ଶାରଳା ଦାସଙ୍କୁ ମନେ ପକାଇଥିଲେ । ଓଡିଆ ଭାଷାର ସୁରକ୍ଷା ପାଇଁ ସଂଗ୍ରାମ କରିଥିବା ତଥା ନିଜ ଲେଖନୀରେ ଏହାକୁ ସମୃଦ୍ଧ କରିଥିବା ଓଡିଶାର [...]
ଓଡ଼ିଆବାଙ୍ଗିରିପୋଷି ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ, ୬ ମୃତ
ବାରିପଦା – ମୟୂରଭଞ୍ଜ ଜିଲ୍ଲାରେ ଆଉ ଏକ ସଡକ ଦୁର୍ଘଟଣା । ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଏକ ଯାତ୍ରାପାର୍ଟିର ଟ୍ରକ ଓଲଟି ପଡିବାରୁ ୬ ଜଣ ପ୍ରାଣ ହରାଇଛନ୍ତି । ଏଥିରେ କିଛି ଗୁରୁତର ଆହତ ହୋଇଛନ୍ତି। ଘାଟିରେ ଧଉଳି ଗଣନାଟ୍ୟର ଟ୍ରକ୍ ଓଲଟି ପଡ଼ିଥିବା ଜଣାପଡିଛି। ଗୁରୁତରମାନଙ୍କୁ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଛି। ଯାତ୍ରା ପାର୍ଟି ଟ୍ରକରେ ଲାଇଟ୍ ସରଞ୍ଜାମ ଥିଲା । ଏସବୁ ନେଇ କର୍ମଚାରୀମାନେ ରାଇରଙ୍ଗପୁରରୁ ଜଳେଶ୍ଵର ଯାଉଥିବା [...]
ଓଡ଼ିଆଆଜି ୨୮୬ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ୫-ଟି ସ୍କୁଲ ରୂପାନ୍ତରଣର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ଆଜି ୬ ଜିଲ୍ଲାର ୨୮୬ଟି ରୂପାନ୍ତରିତ ହାଇସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ୮୦, ସୁବର୍ଣ୍ଣପୁର ଜିଲ୍ଲାର ୧୪, ପୁରୀ ଜିଲ୍ଲାର ୫୩, ନୟାଗଡ଼ ଜିଲ୍ଲାର ୭୫, ବୌଦ୍ଧ ଜିଲ୍ଲାର ୧୦, ନବରଙ୍ଗପୁର ଜିଲ୍ଲାର ୧୪ଟି ରୂପାନ୍ତରିତ ହାଇସ୍କୁଲ ଆଜି ଲୋକାର୍ପିତ ହେବ । ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୭ ଶହ ୯୪ଟି ସ୍କୁଲର ଲୋକାର୍ପଣ କରାଯାଉଛି। ପୂର୍ବରୁ [...]
ଓଡ଼ିଆପଶ୍ଚିମବଙ୍ଗରେ ପୁଣି ଇଡି ଆକ୍ସନ, ଫେରାର ଟିଏମସି ନେତାଙ୍କ ଘରେ ଚଢ଼ାଉ
କୋଲକାତା: ପଶ୍ଚିମବଙ୍ଗରେ ପୁଣି ଇଡି ଆକ୍ସନ । ରାସନ ଦୁର୍ନୀତି ମାମଲାରେ ଇଡି ଟିମ୍ ବୁଧବାର ଫେରାର ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ କରିଛି। ସୂଚନାନୁସାରେ, ଇଡି ଟିମ୍ ଉତ୍ତର ୨୪ ପ୍ରଗଣା ସନ୍ଦେଶଖାଲି ସ୍ଥିତ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘର ତାଲା ଭାଙ୍ଗି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଇଡି ଟିମ୍ ସହ ସିଆରପିଏଫ୍ ମଧ୍ୟ ଉପସ୍ଥିତ ଥିଲା | ଶାହାଜାହାନ ଶେଖ ଗତ କିଛି ଦିନ ଧରି ଫେରାର [...]
ଅବିଶ୍ବସନୀୟ ରୂପ ନେଇଛି ମାଁ ସମଲେଇଙ୍କ ପୀଠ
ସମ୍ବଲପୁର: ସମଗ୍ର ପଶ୍ଚିମ ଓଡିଶାର ଆରାଧ୍ୟ ଦେବୀ ମାଁ ସମଲେଶ୍ବରୀ। କେଉ କାଳରୁ ଏହି ବିରାଟ ଭୂଖଣ୍ଡର ହୃଦୟରେ ଆସୀନ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ବିଶ୍ବାସ ଏବଂ ଅସ୍ମିତାର ଅନନ୍ୟ ପରିଚୟ ଭାବେ ଉଭା ହୋଇଛନ୍ତି। ଏହି ଅଞ୍ଚଳର ପ୍ରତିଟି ଜନମାନସରେ ମାଁଙ୍କ ସ୍ଥାନ ସର୍ବୋଚ୍ଚରେ। ତାଙ୍କ ଆର୍ଶୀବାଦରୁ ହିଁ ନୂଆଁଖାଇ ଭଳି ପୁରୁଖା ତିହାରରୁ ଆରମ୍ଭ କରି ସବୁ ବିଧି ଆରମ୍ଭ ହୁଏ। ଆଉ ସବୁ ବିଧି ବି ତାଙ୍କଠି ଶେଷ ହୁଏ। ସେଇଥିପାଇଁ [...]
ଓଡ଼ିଆଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଓ ହାଲୁକା ବର୍ଷା, ୨୬ରୁ ପାଗରେ ପରିବର୍ତ୍ତନ
ଭୁବନେଶ୍ୱର – ରାଜ୍ୟରେ ଅନେକ ସ୍ଥାନରେ କୋହଲା ପାଗ ସହ ହାଲୁକା ବର୍ଷା ଜାରି ରହିଛି। କିଛି ସ୍ଥାନରେ କୁହୁଡି ବି ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରୁଛି । ତେବେ ଏଭଳି ସ୍ଥିତି ଆଜି ଓ ଆସନ୍ତାକାଲି ବି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆଜି ସକାଳୁ ସକାଳୁ ଭୁବନେଶ୍ବର ଓ କଟକରେ ହାଲୁକା ବର୍ଷା ହୋଇଛି । ଗୁରୁଚାପ ବଳୟର ପ୍ରଭାବ ଯୋଗୁଁ ରାଜ୍ୟରେ ପାଗ କୋହଲା [...]
ଓଡ଼ିଆଲୋକପ୍ରିୟ ଚିକିତ୍ସକ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ
କଟକ – ଏସସିବିର ଲୋକପ୍ରିୟ ଚିକିତ୍ସକ ଡାକ୍ତର ଭୁବନାନନ୍ଦ ମହାରଣାଙ୍କ ପରଲୋକ ହୋଇଯାଇଛି। ୬୯ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି । ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ଡାକ୍ତର ଭୁବନାନନ୍ଦ ଏସସିବି ନ୍ୟୁରୋସର୍ଜରୀ ବିଭାଗର ଆଇସିୟୁରେ ଚିକିତ୍ସାଧିନ ଥିଲେ । ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଖବର ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ରୋଗୀ ସେବା ସହ ଏସସିବିର ପ୍ରଶାସନିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା କ୍ଷେତ୍ରରେ ଡାକ୍ତର ଭୁବନାନନ୍ଦ ଉଲ୍ଲେଖନୀୟ ଭୂମିକା [...]
