ଓଡ଼ିଆଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଦ୍ୱିଶତକ, ମଧ୍ୟପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ ଓଡିଶାର ବିଶାଳ ସ୍କୋର
ଇନ୍ଦୋର – ଏଠାରେ ଚାଲିଥିବା ଏଲିଟ ଗ୍ରୁପ୍ ‘ଡି’ ରଣଜୀ ଟ୍ରଫି ମ୍ୟାଚରେ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଲଢୁଆ ଦ୍ୱିଶତକ ଫଳରେ ଓଡ଼ିଶା ମଧ୍ୟପ୍ରଦେଶ ବିପକ୍ଷରେ ପ୍ରଥମ ଇନିଂସରେ ବଡ ସ୍କୋର କରିଛି । ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୮ ୱିକେଟ ହରାଇ କରିଛି ୪୯୩ ରନ୍ । ଶୁଭ୍ରାଂଶୁ ସେନାପତି ୨୭୭ ରନ୍ କରି ଅପରାଜିତ ଅଛନ୍ତି । ଶୁଭ୍ରାଂଶୁ ୪୮୩ଟି ବଲ୍ ଖେଳି ୧୯ଟି ଚୈ।କା ଓ ୧୧ଟି [...]
ଓଡ଼ିଆବ୍ରିଟିଶ ହାଇ କମିଶନରଙ୍କ ପାକିସ୍ତାନ ଅଧିକୃତ କାଶ୍ମୀର ଗସ୍ତ ନେଇ ତୀବ୍ର ପ୍ରତିବାଦ ଜଣାଇଲା ଭାରତ
ନୂଆଦିଲ୍ଲୀ: ବ୍ରିଟିଶ ହାଇ କମିଶନର ଜେନ୍ ମ୍ୟାରିଅଟଙ୍କ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଗସ୍ତକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି । ଏହା ଆମ ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହିଛି ଭାରତ। ଜାନୁଆରୀ ୧୦ରେ ଇସଲାମାବାଦରେ ଅବସ୍ଥାପିତ ବ୍ରିଟିଶ ହାଇ କମିଶନରଙ୍କ ପାକିସ୍ତାନ ଅଧିକୃତ କାଶ୍ମୀର ଗସ୍ତ ନେଇ ଭାରତରେ ଥିବା ବ୍ରିଟିଶ ହାଇ କମିଶନରଙ୍କ ନିକଟରେ ତୀବ୍ର ପ୍ରତିବାଦ ଜଣାଇଛି ଭାରତ। ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଭାରତର ସାର୍ବଭୌମତ୍ୱ ତଥା [...]
ଓଡ଼ିଆପୁରୀ ପ୍ରକଳ୍ପ ପରିକ୍ରମାର ସ୍ୟାଣ୍ଡ୍ ଆନିମେସନ୍
ବ୍ରହ୍ମପୁର: ଚାରିଆଡ଼େ ଏବେ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ସମାଜର ବିିଭିନ୍ନ ବର୍ଗର ଲୋକେ ନିଜକୁ ଏହି ଭବ୍ୟ, ଆଧ୍ୟାତ୍ମିକ ଘଟଣା ସହ ନିଜକୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରଖିବାକୁ ତତ୍ପର। ଏହାକୁ ନଜରରେ ରଖି ବ୍ରହ୍ମପୁରର ଯୁବ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ନିଜ ବାଲୁକା କଳାରେ ଏହି ଅଦ୍ୱିତୀୟ ଈଶ୍ବରୀୟ କାର୍ଯ୍ୟକୁ ପ୍ରତିଫଳିତ କରିଛନ୍ତି। ତାଙ୍କ ସ୍ୟାଣ୍ଡ୍ ଆନିମେସନରେ ଦେଖିବାକୁ ମିଳୁଛି ଯଜ୍ଞ କୁଣ୍ଡ, [...]
ଓଡ଼ିଆଖଡ଼ଗେ ‘ଇଣ୍ଡିଆ’ ମେଣ୍ଟର ଅଧ୍ୟକ୍ଷ ନିଯୁକ୍ତ
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ଅଧ୍ୟକ୍ଷ ହୋଇଛନ୍ତି। ଶନିବାର ଅନୁଷ୍ଠିତ ମେଣ୍ଟର ଭର୍ଚୁଆଲ ବୈଠକରେ ଖଡ଼ଗେଙ୍କୁ ଏହି ଦାୟିତ୍ଵ ଦେବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ‘ଇଣ୍ଡିଆ’ ନେତାମାନେ ମଧ୍ୟ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ ସହ ମେଣ୍ଟ ଆଗରେ ରହିଥିବା ଅନ୍ୟ ଚ୍ୟାଲେଞ୍ଜ ଉପରେ ଆଲୋଚନା କରିଥିଲେ। ପ୍ରଥମେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ‘ଇଣ୍ଡିଆ’ ମେଣ୍ଟର ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେ [...]
ଓଡ଼ିଆକଲେଜ ଓ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଜିଠୁ ଇ-ଲେକଚର୍ ବ୍ୟବସ୍ଥା ଆରମ୍ଭ
ଭୁବନେଶ୍ୱର – ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଉ ଏକ ବଡ ପଦକ୍ଷେପ । ଆଜିଠୁ ଆରମ୍ଭ ହୋଇଛି ‘ଇ-ଲେକଚର’ ବ୍ୟବସ୍ଥା। ଏହି ବ୍ୟବସ୍ଥାରେ କଲେଜ ଓ ବିଶ୍ୱବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି। ଏହାକୂ ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ‘ଇ-ଲେକଚର’ର ସୁବିଧା ନେବାକୁ ଉଚ୍ଚଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖାଯାଇଛି । ଇ-ଲେକଚର ପାଇଁ vtputkal.odisha.gov.in ରେ କ୍ଲିକ୍ କରିବାକୁ ପଡ଼ିବ । [...]
ଓଡ଼ିଆହଳଦିଆପଦର ହୋଟେଲରୁ ଯୁବତୀଙ୍କ ଶବ ଉଦ୍ଧାର
ବ୍ରହ୍ମପୁର: ସହର ଉପକଣ୍ଠ ତଥା ଗୋଳନ୍ଥରା ଥାନା ଅଧୀନ ହଳଦିଆପଦର ଅଟୋନଗର ସ୍ଥିତ ଓୟୋ ହୋଟେଲର ଏକ କୋଠରୀରେ ଜଣେ ୨୮ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଛି। ଯୁବତୀଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅର୍ନ୍ତଗତ ବୀରଭଦ୍ରପୁର। ସେଠାକାର ଅଙ୍ଗନବାଡ଼ି କେନ୍ଦ୍ରରେ ସେ ଅଙ୍ଗନବାଡ଼ି କର୍ମୀ ଭାବେ ନିୟୋଜିତ ଥିଲେ। ଜନ୍ମଦିନ ପାଳନ ପାଇଁ ସେ ପୁରୁଷ ବନ୍ଧୁ ତଥା ଭୁବନେଶ୍ୱର ନୟାପଲ୍ଲୀ ବେହେରା ସାହିର ଜଣେ ଯୁବକଙ୍କ ସହ [...]
ଓଡ଼ିଆବରଗଡ଼ ଧନୁଯାତ୍ରା : ଆଉ ଦୁଇ ଦିନ ପରେ ବରଗଡ଼ ପାଲଟିଯିବ ମଥୁରାନଗରୀ, ଆରମ୍ଭ ହେବ କଂସ ରାଜୁତି
ବରଗଡ଼: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାକୁ ଆଉ ଦୁଇ ଦିନ ରହିଲା । ଚଳିତ ବର୍ଷ ୭୬ ବର୍ଷରେ ପଦାର୍ପଣ କରିବ । ଏଥିପାଇଁ ଦିନ ଯେତେ ପାଖେଇ ପାଖେଇ ଆସୁଛି କଳାକାରଙ୍କ ରିହର୍ସାଲ ମଧ୍ୟ ସେତେଟା ଜୋର ଧରିଛି । ଏହି କ୍ରମରେ ବରଗଡ଼ କଲ୍ୟାଣ ମଣ୍ଡପ ଠାରେ ଧନୁଯାତ୍ରାର କଂସ ସମେତ କୃଷ୍ଣ ଏବଂ ବଳରାମ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ମିଳିତ ଭାବରେ ଆଖଡାଶାଲରେ ଅଭିନୟ ଅଭ୍ୟାସ କରିଥିଲେ । ଜାନୁୟାରୀ [...]
ଓଡ଼ିଆଜୟନ୍ତୀରେ ଫକୀର ମୋହନ ସେନାପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର – ଆଜି ଓଡ଼ିଆ ସାହିତ୍ୟର କଥା ସମ୍ରାଟ, ମହାନ ଔପନ୍ଯାସିକ ବ୍ଯାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ।ଏହି ଅବସରରେ ବ୍ୟାସକବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ସହ ନିଜ ସୃଜନ ସୃଷ୍ଟି ମାଧ୍ୟମରେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଦିଗରେ ଅତୁଳନୀୟ ଅବଦାନ ପାଇଁ ଫକୀର ମୋହନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଆରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର – ଆଜି ହେଉଛି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ଯତମ ଅଗ୍ରଗଣ୍ୟ ବ୍ୟକ୍ତିତ୍ବ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଜୟନ୍ତୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମହାନ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଶିକ୍ଷାର ପ୍ରସାର ମାଧ୍ୟମରେ ଲୋକଙ୍କୁ ନିଜ ମୌଳିକ କର୍ତ୍ତବ୍ୟ, ଅଧିକାର ବିଷୟରେ ଜାଗ୍ରତ କରିବା ସହ ଓଡ଼ିଆ ଜାତିର ସାମଗ୍ରିକ ବିକାଶ ଦିଗରେ ତାଙ୍କ ଉଦ୍ୟମ ଚିରସ୍ମରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଆପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଢ଼ିଲା ‘ରାମଚରିତମାନସ’ର ଡିମାଣ୍ଡ୍, ଭାଙ୍ଗିଲା ୫୦ ବର୍ଷର ରେକର୍ଡ
ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଗୀତା ପ୍ରେସ୍ ଦ୍ବାରା ପ୍ରକାଶିତ ‘ରାମଚରିତମାନସ’ର ଚାହିଦା ହଠାତ୍ ବଢ଼ି ଯାଇଛି । ଚାହୁଁ ଚାହୁଁ ଏହି ପୁସ୍ତକର ଷ୍ଟକ୍ ଶେଷ ହୋଇଯାଇଛି | ସାଧାରଣତଃ ପ୍ରତି ମାସରେ ଗୀତା ପ୍ରେସ୍ ‘ରାମଚରିତମାନସ’ର ପ୍ରାୟ ୭୫,୦୦୦ କପି ଛାପିଥାଏ ଏବଂ ଷ୍ଟକ୍ ସର୍ବଦା ଉପଲବ୍ଧ ରହିଥାଏ | କିନ୍ତୁ ଏଥର ଷ୍ଟକ୍ ଶେଷ ହୋଇଯାଇଛି । [...]
