ଓଡ଼ିଆଗୀତା ଉପଦେଶ: ଜୀବାତ୍ମା ତାର ସମସ୍ତ କର୍ମ ଓ କର୍ତ୍ତବ୍ୟର ଲକ୍ଷ୍ୟ ଆତ୍ମଜ୍ଞାନ ଦ୍ୱାରା ପ୍ରାପ୍ତ କରିବ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବସ୍ତୁ ଓ ଜୀବ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ କହିଛନ୍ତି ;- ଇତି ଗୁହ୍ୟତମଂ ଶାସ୍ତ୍ରମିଦମୁକ୍ତଂ ମୟାନଘ। ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍କୃତକୃତ୍ୟଶ୍ଚ ଭାରତ।। ଅର୍ଥାତ ଶ୍ରୀକୃଷ୍ଣ ଏହା ଦ୍ୱାରା ସୂଚିତ କରୁଛନ୍ତି, ମୁଁ ସମସ୍ତ ବୈଦିକ ଶାସ୍ତ୍ରର ସିଦ୍ଧାନ୍ତର ସାରାଂଶ ଉପସ୍ଥାପନ କରିଛି । ମୁଁ ତୁମ ଆଗରେ ସଂସାରର ସ୍ୱରୂପଠାରୁ ଆରମ୍ଭ କରି, ବସ୍ତୁ ଓ ଜୀବ ମଧ୍ୟରେ ପାର୍ଥକ୍ୟ ଏବଂ ଶେଷରେ ଚରମ ସତ୍ୟକୁ ପରମ ଦିବ୍ୟ ପୁରୁଷ ଭାବରେ ଜାଣିବା ପର୍ଯ୍ୟନ୍ତ [...]
ଓଡ଼ିଆତୃତୀୟ ଟି-୨୦ : ଜିମ୍ବାୱେକୁ ହରାଇଲା ଭାରତ
ହରାରେ: ଭାରତ ବୁଧବାର ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଜିମ୍ବାୱେକୁ ୨୩ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଯୁବ ଭାରତୀୟ ଦଳ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି | ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ଏହାର ଜବାବରେ ଜିମ୍ବାୱେ ୬ ୱିକେଟ୍ ହରାଇ ୧୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା
ଓଡ଼ିଆକ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ବର -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୂର୍ବରୁ ଅଣକୁଶଳୀ ମଜୁରୀ ୩୫୨ ଥିବା ବେଳେ ବର୍ତ୍ତମାନ ଏହାକୁ ବଢ଼ାଯାଇ ୪୫୦ ଟଙ୍କା କରାଯାଇଛି। ସେହିପରି କୁଶଳୀ ମଜୁରୀ ପୂର୍ବରୁ ୩୯୨ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହାକୁ ବଢାଯାଇ ୫୦୦ କରାଯାଇଛି। ଉଚ୍ଚ କୁଶଳୀଙ୍କ ମଜୁରୀ [...]
ଓଡ଼ିଆବ୍ରହ୍ମପୁର ସିଜିଏସଟି ଅଫିସରେ ସିବିଆଇ ଚଢ଼ାଉ
ବ୍ରହ୍ମପୁର: ସ୍ଥାନୀୟ ଅନନ୍ତ ନଗରସ୍ଥିତ ସିଜିଏସଟି (ସେଣ୍ଟ୍ରାଲ୍ ଗୁଡସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ) ଅଫିସରେ ଆଜି ମଧ୍ୟାହ୍ନରେ ସିବିଆଇ ଚଢ଼ାଉ କରିଥିବା ସୂଚନା ମିଳିଛି। ଗୋଟିଏ କେନ୍ଦ୍ରୀୟ ସଂସ୍ଥା କାର୍ଯ୍ୟାଳୟରେ ଆଉ ଏକ କେନ୍ଦ୍ରୀୟ ଯାଞ୍ଚ ସଂସ୍ଥା ତନାଘନା କରିଛି। ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଜିଏସଟି ଅଧିକାରୀ ମନୋଜ କୁମାର ସୁବୁଦ୍ଧିଙ୍କୁ ସିବିଆଇ କାବୁ କରିଛି। ଅଧିକ ଖାନତଲାସ ଚାଲିଥିବାରୁ ବିଶେଷ ଖବର ପରବର୍ତ୍ତୀ ସମୟରେ ଜଣାପଡ଼ିବ ବୋଲି [...]
ଓଡ଼ିଆକନ୍ଧମାଳ: ଭିଜିଲାନ୍ସ ଜାଲରେ ରାଜସ୍ବ ନୀରିକ୍ଷକ
ଫୁଲବାଣୀ: ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଅନ୍ତର୍ଗତ ଦୁର୍ଗାପଙ୍ଗା ରାଜସ୍ବ ସର୍କଲରେ କାର୍ଯ୍ୟରତ ରାଜସ୍ବ ନୀରିକ୍ଷକ (ଆରଆଇ) ଦିଲ୍ଲୀପ ସାହୁ। ଆଜି ପୂର୍ବାହ୍ନରେ ଦିଲ୍ଲୀପ ନିଜ କାର୍ଯ୍ୟାଳୟରେ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିନେଇଥିଲା। ଏକ ମ୍ୟୁଟେସନ୍ କେସରେ ଜମି ପଟ୍ଟା ପ୍ରଦାନ ସକାଶେ ଜଣେ ଆବେଦନକାରୀଙ୍କ ଠାରୁ ଆରଆଇ ଉକ୍ତ ଟଙ୍କା ଲାଞ୍ଚ ମାଗିଥିଲେ। ସମସ୍ତ [...]
ଓଡ଼ିଆଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍
ନୂଆଦିଲ୍ଲୀ: ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ୍ ଦଳର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି। ବିସିସିଆଇ ସଚିବ ଜୟ ଶାହା ମଙ୍ଗଳବାର ଗମ୍ଭୀରଙ୍କ ନିଯୁକ୍ତି ନେଇ ‘ଏକ୍ସ’ରେ ସୂଚନା ଦେଇଛନ୍ତି | ଗମ୍ଭୀର ଟିମ୍ ଇଣ୍ଡିଆ ହେଡ୍ କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେବେ। ସଦ୍ୟ ସମାପ୍ତ ଟି-୨୦ ବିଶ୍ୱକପ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ଗମ୍ଭୀର ପୂର୍ବରୁ ଆଇପିଏଲ୍ ଟିମ୍ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ କୋଲକାତା ନାଇଟ୍ [...]
ଓଡ଼ିଆପାରଳା ଷ୍ଟେସନର ଶୋଭାବର୍ଦ୍ଧନ କରିବ ରାଜବଂଶର ସ୍ମୃତି ଫଳକ ଟ୍ରେନ୍ ଇଞ୍ଜିନ୍
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ପହଞ୍ଚିଛି ବ୍ରିଟିଶ ଅମଳରେ ଏଠିକାର ଗଜପତି ରାଜାଙ୍କ ଆନୁକୂଲ୍ୟରେ ଚଳାଚଳ କରୁଥିବା ଟ୍ରେନ୍ ଇଞ୍ଜିନ୍। ଏହାକୁ ଏକ ମ୍ୟୁଜିୟମରେ ସଜାଇ ରଖାଯିବ। ଏହାକୁ ଛାତ୍ରଛାତ୍ରୀ, ପର୍ଯ୍ୟଟକ, ସାଧାରଣ ଲୋକ ଦେଖି ପୁରାତନ କାଳରେ ରେଳ ସେବା ବାବଦରେ ଧାରଣା ପାଇପାରିବେ। ଆଜିକୁ ଠିକ୍ ୧୨୪ ବର୍ଷ ତଳେ ଏହି ଟ୍ରେନ୍ ଇଞ୍ଜିନ୍ ତତ୍କାଳୀନ ପାରଳା ଗଜପତି ରାଜାଙ୍କ ରାଜାଙ୍କ ରାଜଧାନୀକୁ ଦେଶର ଅନ୍ୟ ଭାଗ ସହ ରେଳପଥରେ ଯୋଡୁଥିଲା। ଏବେ ଗୈ।ରବମୟ [...]
ଓଡ଼ିଆଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ପିତହି ବୁଝାଇ କହହୁ ବଲି ସୋଈ । ଚୌଥେଂପନ ଜେହିଂ ଅଜସୁ ନ ହୋଈ ॥ ତୁହ୍ମ ସମ ସୁଅନ ସୁକୃତ ଜେହିଂ ଦୀହ୍ନେ । ଉଚିତ ନ ତାସୁ ନିରାଦରୁଇ କୀହ୍ନେ ॥ ଭାବାର୍ଥ :- ମାତା କୈକେୟୀ ଶ୍ରୀରାମଙ୍କୁ କହିଲେ, ମୁଁ ତୁମ ପାଇଁ ରାଣ ପକାଇ ସମର୍ପଣ ଭାବ ସହିତ ସତ୍ୟ କରି କହୁଛି, ତୁମେ ପିତାଙ୍କୁ ବୁଝାଇ ସେହି କଥା କୁହ, ଯେପରି ତାଙ୍କର ଜୀବନର [...]
ଓଡ଼ିଆଗୀତା ଉପଦେଶ: ଜୀବନରେ ଦ୍ଵନ୍ଦ କେବେହେଲେ ଯଶସ୍ବୀ ପୁରୁଷଙ୍କୁ ଶୋଭା ପାଏନାହିଁ
ଆଜିର ଗୀତା ଶ୍ଲୋକ- ସାଙ୍ଖ୍ଯ ଯୋଗ ଗୀତା ଉପଦେଶ: ଜୀବନରେ ଦ୍ଵନ୍ଦ କେବେହେଲେ ଯଶସ୍ବୀ ପୁରୁଷଙ୍କୁ ଶୋଭା ପାଏନାହିଁ। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସାଙ୍ଖ୍ଯ ଯୋଗ ରେ କହୁଛନ୍ତି- କୁତସ୍ତ୍ୱା କଶ୍ମଳମିଦଂ ବିଷମେ ସମୁପସ୍ଥିତମ୍।ଅନାର୍ଯ୍ୟଜୁଷ୍ଟମସ୍ୱର୍ଗ୍ୟମକୀର୍ତିକରମର୍ଜୁନ।। ଅର୍ଥାତ୍ ଭଗବାନ କହିଲେ ଯେ ହେ ପ୍ରିୟ ଅର୍ଜୁନ ଏହି ପରି ବିପଦପୂର୍ଣ୍ଣ ସମୟରେ ତୁମ ଠାରେ ଏହି ଦ୍ବନ୍ଦ୍ବ କିପରି ଉତ୍ପନ୍ନ ହେଲା। ଏହା ଏକ ଯଶସ୍ବୀ ପୁରୁଷ ଙ୍କୁ ଶୋଭା ପାଏ ନାହିଁ। ଏହା ଉଚ୍ଚତର ଲୋକ ମାନଙ୍କୁ [...]
ଓଡ଼ିଆପୁରୀରେ ବଳଭଦ୍ରଙ୍କ ରଥଟଣା ବେଳେ ଭକ୍ତଙ୍କ ମୃତ୍ୟୁ
ପୁରୀ – ପୁରୀ ରଥଯାତ୍ରାରେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ବେଳେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ଆହତ ଅବସ୍ଥାର ତୁରନ୍ତ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଳକର ଲଳିତ ବଗର୍ତ୍ତୀ ବୋଲି ଜଣାପଡ଼ିଛି। ମୃତ ବ୍ୟକ୍ତିଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିରେ ଆହତ [...]
